ଆଗାମୀ ବଜେଟ୍ ‘ଏସ୍‌ଡିଜି’ ଉପରେ ପର୍ଯ୍ୟବସିତ ହେଉ

ଭୁବନେଶ୍ବର : ମିଳିତ ଜାତିସଂଘ ଦ୍ବାରା ପ୍ରଣୀତ ୧୭ଟି ଚିରନ୍ତନ ବିକାଶ ଲକ୍ଷ୍ୟ(ଏସ୍‌ଡିଜି) ୨୦୩୦ ସୁଦ୍ଧା ହାସଲ ପାଇଁ ବିଭିନ୍ନ ଦେଶ ଉଦ୍ୟମ ଜାରି ରଖିଛନ୍ତି। ତେଣୁ ଓଡ଼ିଶା ଏ ଦିଗରେ ବିଶେଷ ପଦକ୍ଷେପ ଗ୍ରହଣ କରିବା ଦରକାର ବୋଲି ଫୋକସ୍‌ ଓଡ଼ିଶା ଫାଉଣ୍ଡେସନ୍ ଓ ଇଣ୍ଡିଆ ଏସ୍‌ଡିଜି ଫୋରମ୍ ପକ୍ଷରୁ ଆୟୋଜିତ କର୍ମଶାଳାରେ ମତ ପ୍ରକାଶ ପାଇଛି। ରେଡକ୍ରସ୍ ଭବନଠାରେ ଆୟୋଜିତ ଏହି କର୍ମଶାଳାରେ ମହିଳା ଓ ଶିଶୁ ବିକାଶ, ମିସନ ଶକ୍ତି ବିଭାଗର ଉପଦେଷ୍ଟା ସୁଲତା ଦେଓ, ଅର୍ଥ ବିଭାଗର ଅତିରିକ୍ତ ସଚିବ ପ୍ରଦୀପ ବିଶ୍ବାଳ, ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ ସଂସ୍ଥାର ସାଧାରଣ ପରିଚାଳକ ପ୍ରଦୀପ ନାୟକ, ଟାଟା ସିଏସ୍‌ଆର୍‌ ଓଡ଼ିଶା ମୁଖ୍ୟ ଅମ୍ବିକା ନନ୍ଦ, ୟୁଏନ୍‌ଡିପି ପ୍ରତିନିଧି ଆଭା ମିଶ୍ର, ଅଧିକାର ସଭାପତି ମହମ୍ମଦ ଅମିନ, ଶିକ୍ଷା ସନ୍ଧାନର ଅନିଲ ପ୍ରଧାନ, ସ୍ବାତିର ହରିଶଙ୍କର ରାଉତ, ନିର୍ମାଣର ପ୍ରଶାନ୍ତ ମହାନ୍ତି, ଆକ୍ସନଏଡ୍‌ର ଦେବବ୍ରତ ପାତ୍ର, ସମାଜସେବୀ ସୁବାସ ପଣ୍ଡା, ସଚ୍ଚିକାନ୍ତ ପ୍ରଧାନ, ଗୌରାଙ୍ଗ ମହାପାତ୍ର, ଲୋକନାଥ ମିଶ୍ର, ସ୍ନିଗ୍ଧା ପାଣିଗ୍ରାହୀ, ଚିନ୍ମୟୀ ପଣ୍ଡା, ପଶ୍ଚିମବଙ୍ଗର ସାମ୍ବାଦିକ ସୁପ୍ରତିମ କର୍ମକାର ପ୍ରମୁଖ ଯୋଗଦେଇ ନିଜର ମତ ରଖିଥିଲେ। ଏହି କର୍ମଶାଳାରେ ମତ ପ୍ରକାଶ ପାଇଥିଲା ଯେ ରାଜ୍ୟ ସରକାର ତୁରନ୍ତ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ବରେ ଏକ ଟାସ୍କଫୋର୍ସ ଗଠନ କରି ଚିରନ୍ତନ ବିକାଶ ଲକ୍ଷ୍ୟ ହାସଲ ପାଇଁ ପଦକ୍ଷେପ ନିଅନ୍ତୁ। ଫୋକସ୍‌ ଓଡ଼ିଶା ଫାଉଣ୍ଡେସନ୍‌ର ନିର୍ଦ୍ଦେଶକ ତଥା ଇଣ୍ଡିଆ ଏସ୍‌ଡିଜି ଫୋରମ୍‌ର ଆବାହକ ସୁଦର୍ଶନ ଛୋଟରାୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର