ବାଇକ୍‌ରେ ଭୁବନେଶ୍ବରରୁ କନ୍ଧମାଳ.. ରାସ୍ତାରେ ହୋଇଗଲା ପ୍ରେମ

ମାମୁ ଆଣିଲେ ଅପହରଣ ଅଭିଯୋଗ

ଚନ୍ଦ୍ରଶେଖରପୁର: ଭୁବନେଶ୍ବରରୁ କନ୍ଧମାଳ ଫେରୁଥିଲେ ଯୁବତୀ। ଯୁବତୀଙ୍କ ମାମୁ ନିଜ ବସ୍ତିର ଜଣେ ପରିଚିତ ଯୁବକଙ୍କ ସହ ତାଙ୍କୁ ଛାଡ଼ିଥିଲେ। ଭୁବନେଶ୍ବରରୁ କନ୍ଧମାଳକୁ ବସ୍ ଚଳାଚଳ କରିନଥିବାରୁ ଯୁବକ ଜଣକ ବାଇକ୍‌ ଯୋଗେ ଯୁବତୀଙ୍କୁ ନେଇ ବାହାରିଥିଲେ। କିନ୍ତୁ ରାସ୍ତାରେ ସେମାନଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ। ଖାଲି ‌ପ୍ରେମ ତ ନୁହେଁ, ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଗଲେ। ତେଣୁ ଯୁବତୀ ଜଣକ ଘରକୁ ଯିବେ କ’ଣ, ଯୁବକଙ୍କ ସହ ଅନ୍ତର୍ଧାନ୍‌ ହୋଇଗଲେ। ଏବେ ଭାଣିଜୀଙ୍କୁ ଅପହରଣ କରାଯାଇଛି ବୋଲି ମାମୁ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବା ପରେ ମାମଲାକୁ ନେଇ ନୀଳାଦ୍ରିବିହାର ବସ୍ତିରେ ଜୋର୍‌ଦାର ଚର୍ଚ୍ଚା ଚାଲିଛି।

ସୂଚନାନୁସାରେ ତାଲାବନ୍ଦ ପୂର୍ବରୁ ଯୁବତୀ ଜଣକ କନ୍ଧମାଳରୁ ଭୁବନେଶ୍ବର ନୀଳାଦ୍ରିବିହାର ବସ୍ତିରେ ରହୁଥିବା ତାଙ୍କ ମାମୁଙ୍କ ଘରକୁ ବୁଲିବା ପାଇଁ ଆସିଥିଲେ। କିନ୍ତୁ ଫେରିବା ପୂର୍ବରୁ କରୋନା କଟକଣା ଲାଗୁ ହୋଇଗଲା। କିନ୍ତୁ କେମିତି ହେଲେ ତାଙ୍କୁ ଘରକୁ ପଠାଇବାକୁ ବ୍ୟବସ୍ଥା କରିବାକୁ ସେ ବାରମ୍ବାର ମାମୁଙ୍କୁ କହୁଥିଲେ। ତେଣୁ ମାମୁ ତାଙ୍କ ବସ୍ତିର ଅନନ୍ତ ଦିଗାଲଙ୍କୁ କନ୍ଧମାଳରେ ଭାଣିଜୀଙ୍କୁ ଛାଡ଼ିଦେବାକୁ କହିଥିଲେ। ଗୁରୁବାର ଭୋର୍‌ରୁ ସେମାନେ ଭୁବନେଶ୍ବର ଛାଡ଼ିଥିଲେ।

ସମ୍ବନ୍ଧିତ ଖବର