ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରୁ ବାରମ୍ବାର ଅଣଛାତ୍ରଙ୍କୁ ତଡ଼ିବା ଦିଗରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପଦକ୍ଷେପ ନେଉଛନ୍ତି। କିନ୍ତୁ ସଫଳତା ମିଳୁନାହିଁ। ଫକୀରମୋହନ ଛାତ୍ରାବାସରୁ ପଡ଼ି ଗତକାଲି ରାତିରେ ଜଣେ ଅଣଛାତ୍ରଙ୍କ ମୃତ୍ୟୁ ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପୁଣିଥରେ କ୍ୟାମ୍ପସ୍ରେ ଅଣଛାତ୍ରଙ୍କୁ ନେଇ ତତ୍ପରତା ପ୍ରକାଶ କରିଛନ୍ତି। ଅଣଛାତ୍ରଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟା ଭିଡ଼ିଛନ୍ତି।
ପିଜି ହଷ୍ଟେଲ ୱାଡେନ୍ ପ୍ରଫେସର କବୀର ମୋହନ ସେଠୀ ସମସ୍ତ ବିଭାଗ ମୁଖ୍ୟ ଓ ସଂଯୋଜକଙ୍କୁ ପତ୍ର ଲେଖି ଅଣଛାତ୍ରଙ୍କ ମୃତ୍ୟୁ ସମ୍ପର୍କରେ ଜଣାଇଥିଲେ। ପ୍ରଫେସର ସେଠୀ ଦର୍ଶାଇଥିଲେ ଯେ ୩ ନମ୍ବର ଛାତ୍ରାବାସର ଦ୍ବିତୀୟ ମହଲାରୁ ଜଣେ ୪୦ ବର୍ଷୀୟ ବ୍ୟକ୍ତି ଭୋର ୩ଟା ୪୫ରେ ଖସି ପଡ଼ିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ପୁଲିସ ତଦନ୍ତ ଜାରି ରଖିଛି। ବିଶ୍ବବିଦ୍ୟାଳୟର ଛାତ୍ର ନ ଥିବା ୪ଜଣ ଛାତ୍ରାବାସ ଭିତରେ ମଦ ପିଇଥିଲେ। ଅତ୍ୟଧିକ ମଦପିଇ ସମ୍ପୃକ୍ତ ବ୍ୟକ୍ତିଜଣକ ଚାଲିଚାଲି ଯାଇ ଛାତ ତଳକୁ ଖସି ପଡ଼ିଥିବା ଆଶଙ୍କା କରାଯାଉଛି। କ୍ୟାମ୍ପସ୍ରେ ଅଣଛାତ୍ର ରହୁଥିବା ଏଥିରୁ ସ୍ପଷ୍ଟ ହୋଇଛି। ସେ ଆହୁରି କହିଛନ୍ତି ଯେ ଯେଉଁ ଛାତ୍ରମାନେ ନିଜ ହଷ୍ଟେଲ୍ ରୁମ୍ ଅନ୍ୟକୁ ପ୍ରଦାନ କରିଥିବେ ସେମାନଙ୍କୁ ଚିହ୍ନଟ କରିବା ସହ କ୍ୟାମ୍ପସ୍ରେ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଛାତ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ। ଯେଉଁମାନଙ୍କୁ ହଷ୍ଟେଲ ରୁମ୍ ମିଳିଛି ସେମାନେ ରାତିରେ ରହିବା ବାଧ୍ୟତାମୂଳକ। ଯଦି ସେମାନେ ହଷ୍ଟେଲ ରୁମ୍ରେ ନ ରହି ବାହାରେ ରହୁଥାନ୍ତି ତାହା ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସମ୍ପର୍କରେ ବିଭାଗଗୁଡ଼ିକ ନୋଟିସ୍ ଲଗାଇବେ। ହଷ୍ଟେଲ ରୁମ୍ ବିକ୍ରି କରି କେତେଜଣ ବେଆଇନ ଭାବେ ଅର୍ଥ ଉପାର୍ଜନ କରୁଛନ୍ତି। ବିଶ୍ବବିଦ୍ୟାଳୟ ଓ ଏହାର ଛାତ୍ରଛାତ୍ରୀଙ୍କ ସ୍ବାର୍ଥ ପାଇଁ ଏଭଳି କାର୍ଯ୍ୟକଳାପ ତୁରନ୍ତ ବନ୍ଦ କରିବାକୁ ପ୍ରଫେସର ସେଠୀ ନିର୍ଦ୍ଦେଶ ଦେଇଛନ୍ତି।
କାହା ଛତ୍ରଛାୟାରେ ଅଣଛାତ୍ର?
ଉତ୍କଳ ବିଶ୍ବବିଦ୍ୟାଳୟରୁ ବାରମ୍ବାର ଅଣଛାତ୍ରଙ୍କୁ ତଡ଼ିବା ଦିଗରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପଦକ୍ଷେପ ନେଉଛନ୍ତି। କିନ୍ତୁ ସଫଳତା ମିଳୁନାହିଁ। ଫକୀରମୋହନ ଛାତ୍ରାବାସରୁ ପଡ଼ି ଗତକାଲି ରାତିରେ ଜଣେ...
/sambad/media/media_files/2025/08/12/untitled-4-2025-08-12-06-32-45.jpg)