ୟୁନିଲାଇଟ୍ କପ୍‌, କିସ୍‌କୁ ୮-୦ରେ ଜିତାଇଲେ କୁନାରାମ

ଭୁବନେଶ୍ବର: ସ୍ଥାନୀୟ ୟୁନିଟ୍‌-୬ ହାଇସ୍କୁଲ ପଡ଼ିଆରେ ଚାଲିଥିବା ୟୁନିଲାଇଟ୍‌ କପ ଭୁବନେଶ୍ବର ଅନ୍ତଃବିଦ୍ୟାଳୟ ଫୁଟବଲ୍ ପ୍ରତିଯୋଗିତାରେ ଶନିବାର କିସ୍‌ ୮-୦‌ ଗୋଲ୍‌ରେ ଆଇଆରସି ଭିଲେଜ୍ ହାଇସ୍କୁଲ୍‌କୁ ପରାସ୍ତ କରିଛି। କିସ୍‌ର ଏହି ବୃହତ ବିଜୟରେ କୁନାରାମ‌ ସୋରେନ୍‌ ତାରକା ଖେଳାଳି ଥିଲେ। ମ୍ୟାଚ୍‌ର ୧୪, ୩୨, ୩୯, ୪୨ ମିନିଟରେ ଏକାକୀ କୁନାରାମ ୪ ଗୋଲ୍ ଦେଇଥିଲେ। ଦିଲୀପ ମୁର୍ମୁ (୩, ୩୪ ମିନିଟ) ଏବଂ ଯଦୁନାଥ ହାଁସଦା (୨୧, ୩୮ ମିନିଟ) ମଧ୍ୟ ଦୁଇଟି ଲେଖାଏଁ ଗୋଲ୍ ଦେଇଥିଲେ। ଅଧିକାଂଶ ଗୋଲରେ ନିଜ ସ୍ପର୍ଶ ରଖିଥିବା ଦିଲୀପ ମୁର୍ମୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇ ୟୁନିଟ୍‌-୯ ବାଳକ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ପାଲ୍‌ଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। ମ୍ୟାଚ୍‌ କମିସନର୍‌ ସୁଶାନ୍ତ ମହାନ୍ତିଙ୍କ ତତ୍ବାବଧାନରେ ଦେବଜ୍ୟୋତି ସିଂହ, ଶ୍ରୀକାନ୍ତ ପଣ୍ଡା, ରାଜେନ୍ଦ୍ର ବାରିକ ମୁକାବିଲାଟିକୁ ପରିଚାଳନା କରିଥିଲେ। ଅଗଷ୍ଟ ୨୬ ଓ ୨୭ ତାରିଖରେ କ୍ବାର୍ଟରଫାଇନାଲ୍, ୨୯ ଓ ୩୦ରେ ସେମିଫାଇନାଲ୍ ଖେଳାଯିବା ପରେ ସପ୍ଟେମ୍ବର ପହିଲାରେ ଫାଇନାଲ୍ ମ୍ୟାଚ୍‌ ସହିତ ଏହି ପ୍ରତିଯୋଗିତା ଶେଷ ହେବ।

ସମ୍ବନ୍ଧିତ ଖବର