ଚନ୍ଦ୍ରଶେଖରପୁର : ଆଜି ରାତି ପ୍ରାୟ ଆଠଟା ବେଳେ ଇନ୍ଫୋସିଟି ଛକ ନିକଟରୁ ଜଣେ ଯୁବକଙ୍କୁ ସଂଜ୍ଞାହୀନ ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରିଛନ୍ତି। ତାଙ୍କ ନାମ ପ୍ରୟାସ କୁମାର ଜେନା। ସେ ଡମଣା ଅଞ୍ଚଳରେ ଏକ ମେସ୍ରେ ରହୁଥିବା ସୂଚନା ମିଳିଛି। ତାଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତି କରାଯାଇଛି। କେହି ଦୁର୍ବୃତ୍ତ ତାଙ୍କୁ ନିଶା ଦେଇ ଲୁଟ୍ କରିବାପରେ ରାସ୍ତା କଡ଼ରେ ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି। ସେ ଭଲରେ କଥା କହି ପାରୁନଥିବାରୁ ତାଙ୍କ ପ୍ରକୃତ ଠିକଣା ଜଣାପଡ଼ିନାହିଁ। ଏ ନେଇ ଇନ୍ଫୋସିଟି ଥାନା ପୁଲିସକୁ ଅବଗତ କରାଯାଇଛି ଓ ପୁଲିସ ତଦନ୍ତ ଆରମ୍ଭ କରିଛି।
ଚନ୍ଦ୍ରଶେଖରପୁର : ରାସ୍ତାକଡ଼ରୁ ସଂଜ୍ଞାହୀନ ଯୁବକ ଉଦ୍ଧାର
/sambad/media/post_attachments/wp-content/uploads/2020/10/youth.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)