ଭୁବନେଶ୍ବର : ଓଡ଼ିଶାର କଳା ଓ ସଂସ୍କୃତି ସହ ଯୋଡ଼ି ହୋଇ ରହିଥିବା ହସ୍ତଶିଳ୍ପ, ବୟନଶିଳ୍ପ ତଥା ଆମର ଶିଳ୍ପୀ, ବୁଣାକାରଙ୍କ ଦ୍ବାରା ପ୍ରସ୍ତୁତ ସମ୍ବଲପୁର ଶାଢ଼ି, କୋଟପାଡ଼ ବସ୍ତ୍ର ଏବଂ ରଘୁରାଜପୁରର ପଟ୍ଟଚିତ୍ର ମାସ୍କ ଏବଂ ଅନ୍ୟାନ୍ୟ ସାମଗ୍ରୀର ଚାହିଦା ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପ୍ରେରିତ ବାର୍ତା ଭୋକାଲ୍ ଫର୍ ଲୋକାଲ୍କୁ ଆପଣାଇବାକୁ ପଡ଼ିବ। ତେଣୁ ପ୍ରଥମେ ଆତ୍ମନିର୍ଭର ଓଡ଼ିଶା ଗଠନ କରିବାକୁ ପଡ଼ିବ। ଜନତା ମଇଦାନରେ ଚାଲିଥିବା ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାରେ ବୁଲି ଦେଖିବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏପରି ମତବ୍ୟକ୍ତ କରିଛନ୍ତି। ଏହାସହ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କାରିଗରଙ୍କ ପାରମ୍ପରିକ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀର ପ୍ରଶଂସା କରିଛନ୍ତି ଶ୍ରୀ ପ୍ରଧାନ। କରୋନା ଟିକା ନେବା ପର୍ଯ୍ୟନ୍ତ କୋଭିଡ୍ ନିୟମକୁ ଶୃଙ୍ଖଳାର ସହ ମାନିବାକୁ ଜନସାଧାରଣଙ୍କୁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି।
ତୋଷାଳି ମେଳାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
/sambad/media/post_attachments/wp-content/uploads/2021/01/dharmendra-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)