ବାଲିଅନ୍ତା ବଜାର: ଆଜି ସନ୍ଧ୍ୟାରେ କେନ୍ଦ୍ର କୃଷମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କଟକସ୍ଥିତ ଧାନ ଗବେଷଣା କେନ୍ଦ୍ରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଭୁବନେଶ୍ୱର ଫେରିବା ବେଳେ ଜାତୀୟ ରାଜପଥ କଡ଼ରେ ପାହାଳ ରସଗୋଲା ଖାଇବାଲାଗି ଅଟକି ଯାଇଥିଲେ। ଏହା ଜାଣିବା ପରେ ପାହାଳ ମିଠା ବ୍ୟବସାୟୀ ସଂଘ କେନ୍ଦ୍ରମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। କେନ୍ଦ୍ରମନ୍ତ୍ରୀ ଏହି ରସଗୋଲାର ସ୍ୱାଦ ସ୍ବତନ୍ତ୍ର ବୋଲି କହିଥିଲେ। ପରେ ଓଡ଼ିଆର ସଂସ୍କୃତି ସହିତ ରସଗୋଲା ସମ୍ପର୍କ ବିଷୟରେ ମିଠା ବ୍ୟବସାୟୀଙ୍କ ସହିତ ଆଲୋଚନା କରିଥିଲେ। ବିଶ୍ୱସ୍ତରରେ ଓଡ଼ିଶାର ରସଗୋଲା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ। ପାହାଳ ମିଠା ବ୍ୟବସାୟୀ ସଂଘର ସଭାପତି ଅକ୍ଷୟ କୁମାର ଲେଙ୍କା, ସମ୍ପାଦକ ନିରଞ୍ଜନ ବେହେରା, ଶରତ ବେହେରା, ଚିତ୍ତରଞ୍ଜନ ବେହେରା, ଅଧିକାରୀ ଅଶ୍ୱନୀ ଜେନାଙ୍କ ସହ ଅନ୍ୟ ବ୍ୟବସାୟୀ ଉପସ୍ଥିତ ଥିଲେ।

Advertisment