ପୁରୁଣା ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଆଜି ପୂର୍ବାହ୍ନ ୯ଟାରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବା ସହ ପୂଜାର୍ଚନା କରିଥିଲେ। ତାଙ୍କ ସହ ଏଣ୍ଡାମେଣ୍ଟ୍ କମିସନର, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ବଡ଼ୁ ନିଯୋଗର ପ୍ରତିନିଧି ମୁକ୍ତିକାନ୍ତ ବଡ଼ୁ ଶ୍ରୀ ପ୍ରସାଦଙ୍କୁ ପୂଜା କରାଇଥିଲେ। ଏହି ଅବସରରେ ଶ୍ରୀ ପ୍ରସାଦଙ୍କୁ ବିଜେପି ଲିଙ୍ଗରାଜ ମଣ୍ଡଳ ପକ୍ଷରୁ ସମ୍ବର୍ଧିତ କରାଯାଇଥିଲା। ଲିଙ୍ଗରାଜ ମଣ୍ଡଳ ସଭାପତି ଶେଷ ଶେଖର ଗରାବଡ଼ୁଙ୍କ ନେତୃତ୍ଵରେ ବିଜେପି ନେତା ଅମିୟ ଦାଶ, ସୁବାସିନୀ ପୃଷ୍ଟି, ସଂଗ୍ରାମ ପାଇକରାୟ, ମଦନ ମୋହନ ପ୍ରଧାନ, ଶିବପ୍ରସାଦ ବେହେରା, ପିଣ୍ଟୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଶ୍ରୀ ପ୍ରସଦ ଲିଙ୍ଗରାଜ ଦର୍ଶନ ନେଇ ଦୁଇ ନିଯୋଗ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିଲା। କେନ୍ଦ୍ରମନ୍ତ୍ରୀଙ୍କୁ ଗୋଟିଏ ନିଯୋଗ ପ୍ରତିନିଧି ପୂଜା କରାଇବାକୁ ମନ୍ଦିର କାର୍ଯ୍ୟ ନିର୍ବାହୀ କିପରି କହିଲେ ବୋଲି ସେମାନେ ଯୁକ୍ତି କରିଥିଲେ।
ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ
ପୂଜା ପରେ ମନ୍ଦିରରେ ଉତ୍ତେଜନା
/sambad/media/post_attachments/wp-content/uploads/2017/11/rabisankarprasad-at-lingaraj-temple.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)