ଭୁବନେଶ୍ୱର: ସଂଯୁକ୍ତ କିଷାନ ମଞ୍ଚ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ୮ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ସମର୍ଥନ କରିବେ। ଆସନ୍ତା ୨୭ ତାରିଖରେ ହେବାକୁ ଥିବା ଏହି ବନ୍ଦକୁ ସମର୍ଥନ ଦିଆଯିବ ବୋଲି ଆଜି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖା ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସେହିଭଳି ୨୪ ତାରିଖରେ ହେବାକୁ ଥିବା ସ୍କିମ୍ ୱାର୍କସମାନଙ୍କ ଆନ୍ଦୋଳନକୁ ମଧ୍ୟ ସମର୍ଥନ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ବୈଠକରେ ସଭାପତିତ୍ବ କରି ରାଧାକାନ୍ତ ସେଠୀ ଏହି ସୂଚନା ଦେଇଛନ୍ତି। ୩ କଳା କୃଷି ଆଇନକୁ ବାତିଲ କରିବା, ଶ୍ରମ କୋଡ୍କୁ ରଦ୍ଦ କରିବା, ବିଦ୍ୟୁତ୍ ବିଲ୍-୨୦୨୦କୁ ପ୍ରତ୍ୟାହାର କରିବା, ପ୍ରାଇଭେଟ୍ ମଣ୍ଡି ଉଚ୍ଛେଦ କରିବା, ଚାଷୀକୁ ସହାୟକ ମୂଲ୍ୟ ପ୍ରଦାନ କରିବା ଓ ୪୫-୪୬ତମ ଶ୍ରମ ସମ୍ମିଳନୀର ସୁପାରିଶକୁ କାର୍ଯ୍ୟକାରୀ କରି ସ୍କିମ୍ ୱାର୍କସମାନଙ୍କୁ ଶ୍ରମିକର ମାନ୍ୟତା ଦେବା ଆଦି ପ୍ରସଙ୍ଗ ଉପରେ ଏହି ବୈଠକରେ ଆଲୋଚନା କରାଯାଇଥିଲା। ବୈଠକରେ ପ୍ରଣତୀ ମିଶ୍ର, ସତ୍ୟବ୍ରତ ନାୟକ, ବିଜୟ ଜେନା, ନିରଞ୍ଜନ ମହାନ୍ତି, ବୀରେନ୍ଦ୍ର ପ୍ରତାପ ଦାସ, ରମେଶ ଜେନା, ଜ୍ୟୋତି ରଞ୍ଜନ ମହାପାତ୍ର ଓ ପରିଲତା ମହାପାତ୍ର ଯୋଗ ଦେଇଥିଲେ। ଭାରତ ବନ୍ଦକୁ ସଫଳ କରିବା ଲାଗି ରାଜଧାନୀରେ ବ୍ୟାପକ ପ୍ରଚାର ପ୍ରସାର କରିବାକୁ ପଥପ୍ରାନ୍ତ ସଭା ଓ ଲିଫଲେଟ୍ ବଣ୍ଟନ ଓ ରୢାଲି ପ୍ରଭୃତି ଆୟୋଜନ କରିବା ଲାଗି ନିଷ୍ପତ୍ତି ନିଆଯାଇଅଛି।
୨୭ରେ ଭାରତ ବନ୍ଦକୁ କେନ୍ଦ୍ରୀୟ ଶ୍ରମିକ ସଂଗଠନଙ୍କ ସମର୍ଥନ
/sambad/media/post_attachments/wp-content/uploads/2020/11/strick.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)