ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ୟୁନିସେଫ୍ କ୍ଷେତ୍ର ଅଧିକାରୀ

ଭୁବନେଶ୍ବର: ୟୁନିସେଫ୍‌ର ମୁଖ୍ୟ କ୍ଷେତ୍ର ଅଧିକାରୀ ମୋନିକା ନେଲସନ୍ ଆଜି ସଚିବାଳୟରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ, କାର୍ଯ୍ୟକାରୀ ହେଉଥିବା ‘ସଂପୂର୍ଣ୍ଣ’ ଯୋଜନା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ। ଏସବୁ କାର୍ଯ୍ୟକ୍ରମ ଓଡ଼ିଶାରେ ସଫଳତାର ସହ କାର୍ଯ୍ୟକାରୀ ହେଉଥିବା ଓ ଆଗାମୀ ଦିନରେ ୟୁନିସେଫ ତାହାର ସହଯୋଗ ବଜାୟ ରଖିବ ବୋଲି କହିଛନ୍ତି। ରାଜ୍ୟରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବିକାଶ ବିଶେଷକରି ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ଦିଗରେ ୟୁନିସେଫର ସହଯୋଗ ଜାରି ରଖିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ସଂପୂର୍ଣ୍ଣ ସହଯୋଗ କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି। ଏହି ଆଲୋଚନା ସମୟରେ ୟୁନିସେଫର ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ବିବେକ ଭିରେନ୍ଦ୍ର ସିଂହ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର