ବିଏମ୍‌ସି କବ୍‌ଜାରେ ଏକ ନମ୍ବର ହାଟର ଗଣେଶ ମନ୍ଦିର

ଭୁବନେଶ୍ବର,: ଆଜି ପୂର୍ବାହ୍ନରେ ସ୍ଥାନୀୟ ଏକ ନମ୍ବର ହାଟରେ ଥିବା ୩୨୦୦ ବର୍ଗଫ଼ୁଟର ଗଣେଶ ମନ୍ଦିରକୁ କବ୍‌ଜାକୁ ନେଇଛି ଭୁବନେଶ୍ବର ମହାନଗର ନିଗମ।ଏ ସ˚କ୍ରାନ୍ତୀୟ ଆଦେଶନାମାକୁ ଭିତ୍ତି କରି ସ୍ବାୟତ୍ତ ସ˚ସ୍ଥା ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ଉକ୍ତ ବେଆଇନ ନିର୍ମାଣକୁ ହସ୍ତଗତ କରି ତାଲା ଚାବି ଦେଇ ବନ୍ଦ କରିବାରେ କୌଣସି ଅପ୍ରୀତିକର ପରିସ୍ଥିତି ନ ଆସିଥିବା ଜଣାପଡ଼ିଛି। ଆଜି ପ୍ରାୟ ସକାଳ ପ୍ରା‌ୟ ସାଢ଼େ ୧୦ଟାରେ ମିନିଟ୍‌ରେ ଦକ୍ଷିଣ ପୂର୍ବ ମଣ୍ତଳର ଉପଆୟୁକ୍ତଙ୍କ ଅଧକ୍ଷତାରେ ଏହି ପଦକ୍ଷେପ ନିଆଯାଇଥିଲା। ବିଡିଏ, ବି ଏମ୍‌ସି ଏବ˚ ସ୍ଥାନୀୟ ପୁଲିସର ମିଳିତ ପଦକ୍ଷେପରେ ବେଆଇନ ନିର୍ମାଣକୁ ହସ୍ତଗତ କରିଥିଲେ କର୍ତୃପକ୍ଷ। ବିଗତ ୧୦ ବର୍ଷର ଅପେକ୍ଷା ପରେ ଏହି ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧିତ ଖବର