ପଟେଲ୍‌ ମାର୍ଗରେ ଖୋଲିଲା ମାଛ ମାର୍କେଟ୍‌

ଭୁବନେଶ୍ବର : ୟୁନିଟ-୪ ମାଛ ମାର୍କେଟ୍‌ରେ ଦେଖାଯାଉଥିବା ଅସମ୍ଭାଳ ଭିଡ଼କୁ ଏଡ଼ାଇବା ପାଇଁ ବିଏମ୍‌ସି ପକ୍ଷରୁ ଆଜି ପଟେଲ୍‌ ମାର୍ଗରେ (ଇନଷ୍ଟିଚ୍ୟୁଟ୍‌ ଅଫ୍ ଇଞ୍ଜିନିୟର୍ସରୁ ଶାସ୍ତ୍ରୀନଗର ଛକ) ଆମିଷ ମାର୍କେଟ୍‌ ଖୋଲିଛି। ଏଠାରେ ଯଦିଓ ୟୁନିଟ-୪ ମାର୍କେଟ୍‌ ଭଳି ଭିଡ଼ ନ ଥିଲା କିନ୍ତୁ ଭିଡ଼ ଜମିଥିଲା। ସାମାଜିକ ଦୂରତା ରଖିବା ପାଇଁ ସବୁ ଦୋକାନ ଆଗରେ ଗୋଲେଇ ବୁଲା ଯାଇଥିଲା। ସେହି ଗୋଲେଇରେ ଗ୍ରାହକମାନେ ଛିଡ଼ା ହୋଇ ମାଛ, ଚିଙ୍ଗୁଡ଼ି କିଣିଥିଲେ। କିନ୍ତୁ ମାଛ ବ୍ୟବସାୟୀମାନଙ୍କୁ ମାଛ ନ କାଟି ବିକିବାକୁ କୁହାଯାଇଥିଲେ ହେଁ ଲୋକମାନେ ଜିଦ୍‌ କରିବାରୁ ବ୍ୟବସାୟୀମାନେ ମାଛ କାଟିକି ଦେଇଥିଲେ।

ସେହିପରି ୟୁନିଟ-୪ ମାର୍କେଟରେ ଚିକେନ୍ ଓ ମଟନ୍ ଦୋକାନଗୁଡ଼ିକ ଆଜି ଖୋଲିଥିଲା। ସେଠାରେ ଲୋକମାନେ ବୁଲାଯାଇଥିବା ଗୋଲେଇ ଚିହ୍ନରେ ଛିଡ଼ା ହୋଇ ମାଂସ କିଣୁଥିବା ଦେଖିବାକୁ ମିଳିଥିଲା।

ବିଏମ୍‌ସି ପକ୍ଷରୁ ସମସ୍ତ ଆମିଷ ମାର୍କେଟ୍‌ରେ ବ୍ଲିଚିଂ ପକାଯାଇ ସଫା କରାଯାଇଛି।

ସମ୍ବନ୍ଧିତ ଖବର