ରାଜଧାନୀର ପ୍ରମୁଖ ମାଛ ମାର୍କେଟର ୭ମାଛ ଦୋକାନୀ କରୋନା ଆକ୍ରାନ୍ତ ଥିବା ଚିହ୍ନଟ

ଭୁବନେଶ୍ୱର: ରାଜଧାନୀର ପ୍ରମୁଖ ମାଛ ମାର୍କେଟକୁ ସିଲ୍‌ କରାଯାଇଛି । ଭୁବନେଶ୍ୱର ୟୁନିଟ-୪ନମ୍ବର ମାଛ ମାର୍କେଟରେ ୭ଜଣ ମାଛ ଦୋକାନୀଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଉକ୍ତ ଦୋକାନଗୁଡ଼ିକୁ ସିଲ କରି ଦିଆଯାଇଛି । ସିଲ ହେବା ପରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ମାର୍କଟକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ କରିଦିଆଯାଇଛି ।

ଗତ ୭ଦିନ ମଧ୍ୟରେ ଏହି ମାଛ ମାର୍କେଟକୁ ମାଛ କିଣିବାକୁ ଆସିଥିବା ଲୋକମାନଙ୍କୁ ନିଜ ଆଡୁ ହୋମ କ୍ୱାରେନଟିନରେ ରହିବା ପାଇଁ ବିଏମସି ପକ୍ଷରୁ ନିବେଦନ କରାଯାଇଛି । କାରଣ ଏହି ୭ଦିନ ଭିତରେ କରୋନା ଚିହ୍ନଟ ହୋଇଥିବା ମାଛ ଦୋକାନୀଙ୍କ ସଂସ୍ପର୍ଶରେ ଲୋକମାନେ ଆସିଥିବା ନେଇ ସନ୍ଦେହ କରାଯାଉଛି ।

Vendors at Unit 4 Fish Market, Bhubaneswar rue Govt Apathy ...

ସୂଚନାଯୋଗ୍ୟ, ଗତ ୨ଦିନ ମଧ୍ୟରେ ୭ଜଣ ମାଛ ଦୋକାନୀଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ୟୁନିଟ-୪ ନମ୍ବର ମାଛ ମାର୍କେଟକୁ ସିଲ କରାଯାଇଛି । ସମସ୍ତ ଦୋକାନରେ ତାଲା ପଡିଥିବା ବେଳେ ମାଛ ମାର୍କେଟକୁ ସଂଲଗ୍ନ ସମସ୍ତ ରାସ୍ତାକୁ ବାରିକେଡ ଲଗାଇ ବ୍ଲକ କରିଦିଆଯାଇଛି । ଗତ ବୁଧବାର ଜଣେ ମାଛ ବ୍ୟବସାୟୀଙ୍କ ଠାରେ ଏବଂ ଗୁରୁବାର ୬ ମାଛ ବିକାଳିଙ୍କ ଠାରେ କରୋନା ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଏହି ପଦ କ୍ଷେପ ଗ୍ରହଣ କରାଯାଇଛି । ବିଡିଏ ଏବଂ ବିଏମସି ଜଏଂଟ ଏନଫୋର୍ସସ୍କ୍ଵାର୍ଡ ମାଛ ମାର୍କେଟରେ ଏହି କଟକଣାକୁ ଜୋରଦାର କରିଛନ୍ତି ।

ଏବେ କଡା ପୁଲିସ ପହରା ମଧ୍ୟରେ ୟୁନିଟ ୪ ମାଛ ମାର୍କେଟ । ତେବେ ଏହି ଅଂଚଳରେ ଘର କରି ରହୁଥିବା ଲୋକମାନେ ପୁଲିସର ଅନୁମତି ନେଇ ଜରୁରୀ କାମରେ ଯାତାୟାତ କରି ପାରିବେ।

ସମ୍ବନ୍ଧିତ ଖବର