ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ବ୍ୟସ୍ତବହୁଳ ବଜାର ‘ୟୁନିଟ-୪’ ମାର୍କେଟ ଆସନ୍ତାକାଲି (ଶୁକ୍ରବାର) ଠାରୁ ପୁଣି ଖୋଲିବ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବିଜ୍ଞପ୍ତି ଜରିଆରରେ ଏହି ସୂଚନା ଦିଆଯାଇଛି । ବିଏମସି ପକ୍ଷରୁ କୁହାଯାଇଛି ଯେ, ୟୁନିଟ-୪ ଏବଂ ୟୁନିଟ-୪ ଅଂଚଳରୁ କିଛି ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବା ପରେ ଗତ ୧୬ ତାରିଖ ଠାରୁ ମାର୍କେଟ ବନ୍ଦ ଥିଲା ।
/sambad/media/post_attachments/wp-content/uploads/2020/07/Unit-4-Market-721x1024.jpg)
ବିଏମସି ତରଫରୁ କୁହାଯାଇଛି ଯେ, ବିଗତ ୧୪ ଦିନ ମଧ୍ୟରେ ୟୁନିଟ-୪ର ବ୍ୟବସାୟୀମାନଙ୍କର ବିଭିନ୍ନ ପର୍ଯ୍ୟାୟରେ କରୋନା ପରୀକ୍ଷା କରାଯାଇଛି । ୟୁନିଟ-୪ ମାର୍କେଟ ଅଂଚଳକୁ ସାନିଟାଇଜ କରାଯାଇଛି । ବ୍ୟବସାୟୀ ସଂଘ କୋଭିଡ-୧୯ ଗାଇଡଲାଇନ ମାନିବାକୁ ଅଣ୍ଡରଟେକିଂ ଦେଇଛନ୍ତି । ବ୍ୟବସାୟୀମାନେ କହିଛନ୍ତି, ସେମାନେ ବ୍ୟକ୍ତିଗତ ଭାବେ ସାମାଜିକ ଦୂରତାକୁ ପାଳନ କରିବେ ।
Photo: ToIସୂଚନାଯୋଗ୍ୟ, ରାଜଧାନୀର ପ୍ରମୁଖ ସ୍ଥାନରେ ୟୁନିଟ-୪ ମାର୍କେଟ ଥିବାରୁ ଏଠାରେ ହଜାର ହଜାର ବ୍ୟବସାୟୀ ନିଜର ବ୍ୟବସାୟ କରିଥାନ୍ତି । ଲକ୍ଷାଧିକ ଲୋକ ୟୁନିଟ-୪ ମାର୍କେଟ ଉପରେ ନିର୍ଭର କରିଥାନ୍ତି । କାଲିଠାରୁ ଏହି ମାର୍କେଟ ପୁଣି ଥରେ ଖୋଲିବା ପରେ ଲୋକଙ୍କୁ ସୁବିଧାରେ ଖାଦ୍ୟ ସାମଗ୍ରୀ ମିଳିପାରିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/679aea6f-cd93-4ebf-94bb-5dd49ab27b52.jpg)