ୟୁନିଟ-୪ ମାଛ ହାଟ ଓ ବାପୁଜୀ ନଗର ମାର୍କେଟ ଅଂଚଳ ସିଲ କଲା ବିଏମସି

ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛ । କିନ୍ତୁ ଖୋର୍ଦ୍ଧା ଜିଲ୍ଲା ସହ ରାଜଧାନୀ ଭୁବନେଶ୍ୱରରେ କରୋନା ନିୟନ୍ତ୍ରଣକୁ ଆସିପାରି ନାହିଁ । ଆଜି ଖୋର୍ଦ୍ଧା ଜିଲ୍ଲାରୁ ୬୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ଭୁବନେଶ୍ୱରରୁ ସର୍ବାଧିକ ୪୪୩ ଜଣ ଅଛନ୍ତି । କରୋନା ନିୟନ୍ତ୍ରଣକୁ ନ ଆସିଥିବାରୁ ଅମାନିଆଙ୍କ ବିରୋଧରେ ଉଭୟ ବିଏମସି ଓ ପୁଲିସ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ବିଏମସିର ଏନଫୋର୍ସମେଣ୍ଟ ଟିମ ଆଜି ୟୁନିଟ-୪ସ୍ଥିତ ଆମିଷ ବଜାରକୁ ସିଲ କରିଛନ୍ତି । ଆଗାମୀ ୨୫ ତାରିଖ ଯାଏଁ ଏହି ଆମିଷ ବଜାର ବନ୍ଦ ରହିବ ।

କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ବାପୁଜୀ ନଗର ମାର୍କେଟ ଅଂଚଳକୁ ବିଏମସି ସିଲ କରିଛି । ଏହି ମାର୍କେଟ ଅଂଚଳ ମଧ୍ୟ ୨୫ ତାରିଖ ଯାଏଁ ବନ୍ଦ ରହିବ । କେବଳ ଆତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ପାଇଁ ଦୋକାନ ଗୁଡ଼ିକ ଖୋଲିବ ।

ସମ୍ବନ୍ଧିତ ଖବର