ଭୁବନେଶ୍ୱର : ୟୁନିଟ-୮ ଡିଏଭି ପବ୍ଲିକ୍ ସ୍କୁଲର ନବମ ଶ୍ରେଣୀର ଛାତ୍ର ନୈସର୍ଗିକ ‘ବାୟୋଡିଟୋକ୍ସିଫିକେସନ୍ ଅଫ ହେକ୍ସାଭାଲାଣ୍ଟ କ୍ରୋମିୟମ୍ ପ୍ରକଳ୍ପ’ ପ୍ରସ୍ତୁତ କରି ଗବେଷଣାମୂଳକ ଜାତୀୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ’ ଆଇରିସ୍ ୨୦୧୭’ରେ ସମ୍ମାନିତ ହୋଇଛନ୍ତି। ନୂଆଦିଲ୍ଲୀଠାରେ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତା ପାଇଁ ସମଗ୍ର ଦେଶରୁ ୧୦୫୦ଜଣ ପ୍ରତିଯୋଗୀ ଆବେଦନ କରିଥିଲେ। ସେଥିମଧ୍ୟରୁ ଯୋଗ୍ୟ ୭୦ଜଣଙ୍କ ମଧ୍ୟରୁ ୨୦ଜଣ ଶେଷ ପର୍ଯ୍ୟାୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ନେଇ ଯୋଗ୍ୟତା ଅର୍ଜନ କରିଛନ୍ତି। ‘ଆଇରିସ୍ ଗ୍ରାଣ୍ଡ ଆୱାର୍ଡ’ ସହ ଓଡ଼ିଶାରୁ ଏକମାତ୍ର ଛାତ୍ର ଭାବେ ନୈସର୍ଗିକ ଯୁକ୍ତରାଷ୍ଟ୍ର ଆମେରିକା, ପିଟ୍ସବର୍ଗଠାରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମେଳା ୨୦୧୮ରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇ ବିଦ୍ୟାଳୟ ତଥା ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ତାଙ୍କର ଏହି କୃତିତ୍ୱ ପାଇଁ ବିଦ୍ୟାଳୟର ପରିଚାଳନା ପରିଷଦର ସଭାପତି ମଦନମୋହନ ପଣ୍ଡା, ଅଧ୍ୟକ୍ଷା ଡ. ଭାଗ୍ୟବତୀ ନାୟକ, ସଂଯୋଜିକା ଡ. ମମତା ବାନାର୍ଜୀ, ବିଜ୍ଞାନ ଶିକ୍ଷକ ଗୋପବନ୍ଧୁ ଲେଙ୍କା, ରାଜନ ଦାସ ଓ ଗୀତାଞ୍ଜଳି ପାଢ଼ୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ନୈସର୍ଗିକ ନିଜର ସଫଳତା ପାଇଁ ବିଦ୍ୟାଳୟର ସମସ୍ତ କର୍ତୃପକ୍ଷ ତଥା ବିଶିଷ୍ଟ ବୈଜ୍ଞାନିକ ଡ. ଶୈଳବାଳା ପାଢ଼ୀ ଓ ନାଇଜର୍ର ବରିଷ୍ଠ ଅଧ୍ୟାପକ ଡ. କିଶୋର ଚନ୍ଦ୍ର ପାଣିଗ୍ରାହୀଙ୍କଠାରେ କୃତଜ୍ଞତା ପ୍ରକାଶ କରିଛନ୍ତି।
ୟୁନିଟ୍-୮ ଡିଏଭି ଛାତ୍ର ନୈସର୍ଗିକଙ୍କ ସଫଳତା
/sambad/media/post_attachments/wp-content/uploads/2018/01/dav-unit-8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)