ୟୁନିଟ୍-୧ ଫଳ ମାର୍କେଟ୍‌ରେ ଉଚ୍ଛେଦ

ଭୁବନେଶ୍ବର : ୟୁନିଟ୍-୧ ଫଳ ମାର୍କେଟ୍‌ରେ ଆଜି ବିଏମ୍‌ସି ଓ ବିଡିଏର ମିଳିତ ଉଦ୍ୟମରେ ଆଜି ଉଚ୍ଛେଦ କରାଯାଇଛି। ବିଏମ୍‌ସି କମିସନରଙ୍କ ଉପସ୍ଥିତିରେ ହୋଇଥିବା ଏହି ଉଚ୍ଛେଦରେ ଯେଉଁ ଅସ୍ଥାୟୀ ‌ଷ୍ଟଲ୍‌ଗୁଡ଼ିକ ନିୟମିତ ଭାବେ ରାସ୍ତା ଉପରେ ମାଡ଼ି ବସୁଛନ୍ତି ସେମାନଙ୍କୁ ହଟାଇ ଦିଆଯାଇଛି। ଅପରାହ୍‌ଣ ପ୍ରାୟ ସାଢ଼େ ୩ଟାରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ଉଚ୍ଛେଦକାରୀ ଦଳ ଏୟାର ଇଣ୍ଡିଆ କାର୍ଯ୍ୟାଳୟ ନିକଟରେ ଥିବା ୧୫ଟି ଫଳ ଦୋକାନ ସହିତ ଗୋଟିଏ କ୍ୟାବିନ୍‌କୁ ଭାଙ୍ଗି ଦିଆଯାଇଥିଲା। ସେହିପରି ରାଜମହଲ ଛକରୁ ଏଜି ଛକ ମଧ୍ୟରେ ଥିବା ଫଳ ଓ ଶୀତପୋଷାକ ଦୋକାନଙ୍କୁ ମଧ୍ୟ ଉଚ୍ଛେଦ କରାଯାଇଛି।

ସମ୍ବନ୍ଧିତ ଖବର