ଭୁବନେଶ୍ୱର: ୧ ନମ୍ବର ହାଟରେ ଅଗ୍ନିକାଣ୍ଡ ପରେ ଏଠାକାର ଉଠାଦୋକାନୀଙ୍କୁ ଆଦିବାସୀ ମେଳାପଡ଼ିଆ ନିକଟକୁ ଉଠାଇ ନେବାକୁ ଯୋଜନା କରିଛି ବିଏମ୍‌ସି। କିନ୍ତୁ ୧ ନମ୍ବର ହାଟ ଉଠାଦୋକାନୀମାନେ ଏହାର ଦୃଢ଼ ବିରୋଧ କରିଛନ୍ତି। ଯଦି ଆମକୁ ଆମ ସ୍ଥାନରୁ ଉଠାଯାଉଛି, ତେବେ ୧ ନମ୍ବର ହାଟ ଭିତରେ ଥଇଥାନ କରାଯାଉ। ନଚେତ୍‌ ଭୁବନେଶ୍ବରର ୪୦ହଜାରରୁ ଅଧିକ ଉଠାଦୋକାନୀ ଆନ୍ଦୋଳନକୁ ଓହ୍ଲାଇବୁ। ବିଏମ୍‌ସି ମୁଖ୍ୟାଳୟ ଘେରାଉ ସହ ରାସ୍ତାରୋକ କରିବୁ ବୋଲି ଚେତାବନୀ ଦେଇଛନ୍ତି।

Advertisment

Weekly Horoscope 2026 Jan 25 to Jan 31: ଜାଣନ୍ତୁ ଏ ସପ୍ତାହର ରାଶିଫଳ

ଶ୍ରୀ ମହାବୀର ଉଠାଦୋକାନୀ ସଂଘ ଅଧୀନରେ ୟୁନିଟ୍‌-୧ ହାଟର ୫୪ଜଣ ଉଠାଦୋକାନୀ ପଞ୍ଜୀକୃତ ହୋଇଛନ୍ତି। ଯେଉଁମାନଙ୍କୁ ବିଏମ୍‌ସି ଭେଣ୍ଡିଂ ଜୋନ୍‌ କରି ବେପାର କରିବାର ସୁଯୋଗ ଦେଇଥିଲା। ସଂଘ ସଂପାଦକ ଦୀପକ ମହାପାତ୍ର କହିଛନ୍ତି, ଗତ ୨୨ ତାରିଖରେ ବିଏମ୍‌ସି ସଂଘ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିଥିଲା। ମେୟର, କମିସନର୍‌, ପୁଲିସ କମିସନର୍‌ ଓ ଅନ୍ୟ ଅଧିକାରୀମାନେ ବୈଠକରେ ଥିଲେ। ବୈଠକରେ ଉଠାଦୋକାନୀଙ୍କୁ ଜାଗା ସଂପର୍କରେ କିଛି ସ୍ପଷ୍ଟ କରାଯାଇ ନଥିଲା। କାର୍ଯ୍ୟକର୍ତ୍ତାମାନେ ଚିହ୍ନଟ ଜାଗାକୁ ଯିବାକୁ ଚାହିବାରୁ ସେମାନଙ୍କୁ ଆଦିବାସୀ ପଡ଼ିଆ ପାଖ‌ରେ ଜାଗା ଦେଖାଯାଇଥିଲା। ଏଠାରେ ୫୪ଜଣ ଉଠାଦୋକାନୀଙ୍କୁ ଥଇଥାନ କରାଯିବ ବୋଲି କୁହାଯାଇଥିଲା। କିନ୍ତୁ ଏଠାରେ କିଛି ବେପାର ହେବନି। ଶ୍ରୀ ମହାପାତ୍ର କହିଛନ୍ତି, ୧୯୮୦ ମସିହାରୁ ୫୪ଜଣ ଉଠାଦୋକାନୀ ବେପାର କରି ଆସୁଛନ୍ତି। ପୂର୍ବରୁ ଠେଲାଗାଡ଼ିରେ ବେପାର କରୁଥିଲେ। ୨୦୦୮ ମସିହାରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଏମ୍‌ସି କମିସନର୍‌ ଥିବା ସମୟରେ ନିଜେ ଭେଣ୍ଡିଂ ଜୋନ୍‌ କରି ୫୪ଜଣ ଉଠାଦୋକାନୀଙ୍କୁ ବସାଇଥିଲେ। ସେହି ଅନୁସାରେ ନିୟମିତ ଟିକସ ବି ଆଦାୟ ହେଉଛି।

Ganja Seized: ଚାଲାଣ ପୂର୍ବରୁ ପୁଲିସ ଧରିପକାଇଲେ ୧କୁଇଣ୍ଟାଲ ଗଞ୍ଜେଇ

ପୂର୍ବରୁ ୫ଶହ ଟଙ୍କା ଭଡ଼ା ଥିଲା। ପରେ ୧୫ଶହ, ୩ହଜାର, ଏବେ ୫୨୦୦ ଟଙ୍କା ଭଡ଼ା ନେଉଛନ୍ତି। ଅଗ୍ନିକାଣ୍ଡ ପୂର୍ବରୁ ଗତ ୮ ତାରିଖରେ ବିଏମ୍‌ସି ଆମ ପାଖରୁ ଟ୍ରେଡ୍‌ ଲାଇସେନ୍ସ ଓ ୟୁଜର୍ସ ଫି’ ବାବଦକୁ ୧୨୩୨୮ ଟଙ୍କା ନେଇଛି। ଏବେ ସେଠାକୁ ଉଠିଯିବାକୁ କହିବା ଦୁର୍ଭାଗ୍ୟଜନକ। ବିଏମ୍‌ସି ଡେପୁଟି କମିସନର୍‌ ଅଜୟ କୁମାର ମହାନ୍ତି କହିଛନ୍ତି, ରାଜମହଲ ଛକରୁ ଏଜି ଛକ ପାର୍ଶ୍ବକୁ ଯିବାବେଳେ ପ୍ରଥମ ଗଳିରେ ଆଦିବାସୀ ପଡ଼ିଆ ପାଖକୁ ୧ ନମ୍ବର ହାଟ ଉଠାଦୋକାନୀଙ୍କୁ ନେବାକୁ ନିଷ୍ପତ୍ତି ହୋଇଛି।