ୟୁନିଭର୍‌ସିଟି ଲ’ କଲେଜର ବାର୍ଷିକ ଉତ୍ସବ ‘ଲେକ୍ସିଲେନ୍ସ’

ଭୁବନେଶ୍ୱର: ୟୁନିଭରସିଟି ଲ’ କଲେଜର ବର୍ଷିକ ଉତ୍ସବ ‘ଲେକ୍ସିଲେନ୍ସ’ ଆଜି ଅନୁଷ୍ଠିତ ହୋଇଯାଇଛି। କ୍ୟାମ୍ପସ୍‌ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜ ପ୍ରତି ଆଇନଜୀବୀମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଓଡ଼ିଶା ଆଡଭୋକେଟ୍‌ ଜେନେରାଲ ସୂର୍ଯ୍ୟ ପ୍ରସାଦ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଡାକ୍ତର ଓ ଆଇନଜୀବୀଙ୍କ ଗୁରୁତ୍ୱ ବିଷୟରେ କହିଥିଲେ। ସେମାନଙ୍କର କର୍ତ୍ତବ୍ୟ ପ୍ରତିଟି ଜିନିଷ ପ୍ରତି ଦୃଷ୍ଟି ଦେଇ ଚୂଡ଼ାନ୍ତ ତଥ୍ୟରେ ପହଞ୍ଚିବା। ଭଲ ପଦବିରେ ରହିବା ପାଇଁ ଛାତ୍ରଛାତ୍ରୀ ନିଜକୁ ତିଆରି କରିବା ଦରକାର ବୋଲି ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ। ଭୁବନେଶ୍ୱର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଆଇନ ମନ୍ତ୍ରୀ ପ୍ରତାପ ଜେନା, ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ୍‌ ସଭାପତି ଶ୍ରୀକାନ୍ତ କୁମାର ନାୟକ, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ, ୟୁନିଭରସିଟି ଲ’ କଲେଜର ଅଧ୍ୟକ୍ଷ ଡ.ଏସ୍‌.ଏ.କେ ଆଜାଦ୍‌ ସମ୍ମାନିତ ଅତିଥି ଭାବେ ଯୋଗନେଇଥିଲେ। ଆଦ୍ୟାସିଦ୍ଧି ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ରିତୀ ତ୍ରିପାଠୀ ଓ କୌଶିକ ଦାସ ସହଯୋଗ କରିଥିଲେ। ଶେଷରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର