ୟୁନିଭର୍ସିଟି ହାଇସ୍କୁଲ୍‌ର ପୁରାତନ ଛାତ୍ରସଂଘ କଲା ‘ଆକାଂକ୍ଷା’ର ଶିଳାନ୍ୟାସ

ଭୁବନେଶ୍ବର: ୟୁନିଭର୍ସିଟି ହାଇସ୍କୁଲ୍‌ର ପୁରାତନ ଛାତ୍ରସଂଘ ପକ୍ଷରୁ ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଏକ ବହୁମୁଖୀ ସମ୍ମିଳନୀ କକ୍ଷ ‘ଆକାଂକ୍ଷା’ ନିର୍ମାଣ ଲାଗି ଆଜି ଶିଳାନ୍ୟାସ କରାଯାଇଛି। ଚଳିତ ବର୍ଷ ଏହି ବିଦ୍ୟାଳୟ ହୀରକ ଜୟନ୍ତୀ ପାଳନ କରିବାକୁ ଯାଉଥିବା‌ରୁ ପ୍ରାକ୍ତନ୍ ଛାତ୍ର ସଂଘ ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ୍‌ ଅଭିଯାନ’ ଯୋଜନାରେ ଦେଢ଼ କୋଟି ଟଙ୍କା ବ୍ୟୟରେ ଏହି ସମ୍ମିଳନୀ କକ୍ଷ ନିର୍ମାଣ କାର୍ଯ୍ୟ ହାତକୁ ନେଇଛି।

ଏହି କାର୍ଯ୍ୟକ୍ରମରେ ‘ମୋ ସ୍କୁଲ୍‌ର ଅଧ୍ୟକ୍ଷା’ ସୁସ୍ମିତା ବାଗ୍‌ଚୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ୍ ବାଗ୍‌ଚୀ, ପରାମର୍ଶଦାତା କାଳୀପ୍ରସନ୍ନ ମହାପାତ୍ର, ପ୍ରାକ୍ତନ୍ ଛାତ୍ର ସଂସଦର ସଭାପତି ଦୀପକ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ସମୟରେ ବିଦ୍ୟାଳୟକୁ ଆସି ସ୍କୁଲର ଛାତ୍ରଛାତ୍ରୀ ଏବଂ ପ୍ରାକ୍ତନ୍ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଗାଉଥିବା କୁଳପତି ଶ୍ରୀମତୀ ଆଚାର୍ଯ୍ୟଙ୍କୁ ଆଜି କାର୍ଯ୍ୟକ୍ରମର ଅତିଥି ଶ୍ରୀମତୀ ବାଗ୍‌ଚୀ ଧନ୍ୟବାଦ ଦେଇଥିଲେ। ‘ମୋ ସ୍କୁଲ୍ ଅଭିଯାନ’ ମାଧ୍ୟମରେ ବିଦ୍ୟାଳୟରେ ଅନେକ ଯୋଜନା କାର୍ଯ୍ୟକାରୀ ହେଉଥିବାରୁ ସୁକାନ୍ତୀ ଦିଦିଙ୍କୁ ମଧ୍ୟ ଧନ୍ୟବାଦ ଦିଆଯାଇଥିଲା। ପ୍ରାକ୍ତନ୍ ଛାତ୍ରସଂଘର ସାଧାରଣ ସଚିବ ବ୍ରହ୍ମପ୍ରକାଶ ପାଇଟାଲ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର