ବିଶ୍ବବିଦ୍ୟାଳୟ ରଗ୍‌ବି: କିଟ୍‌କୁ ଦ୍ବିମୁକୁଟ

ଭୁବନେଶ୍ବର: ଅନ୍ତଃବିଶ୍ବବିଦ୍ୟାଳୟ ରଗ୍‌ବି ଫିଫ୍ଟିନ୍ସରେ କିଟ୍ ବିଶ୍ବବିଦ୍ୟାଳୟକୁ ଦ୍ବିମୁକୁଟ ମିଳିଛି। ପୁରୁଷ ଦଳ ପ୍ରଥମ ସ୍ଥାନ ଦଖଲ କରିଥିବା ବେଳେ ପୁଣେର ଭାରତୀ ବିଦ୍ୟାପୀଠ ଏବଂ କେରଳ କାଲିକଟ୍‌ ବିଶ୍ବବିଦ୍ୟାଳୟ ତୃତୀୟ ହୋଇଛି। ସେହିଭଳି ମହିଳା ବିଭାଗରେ କିଟ୍ ପଛକୁ ରହି ପଞ୍ଜାବର ଲଭଲି ପ୍ରଫେସନାଲ୍‌ ବିଶ୍ବବିଦ୍ୟାଳୟ ଏବଂ ମୁମ୍ବାଇର ୟୁନିଭରସିଟି ଅଫ ମୁମ୍ବାଇ ତୃତୀୟ ହୋଇଥିଲା। ସେହିଭଳି ରଗ୍‌ବି ସେଭେନ୍ସର ମହିଳା ବିଭାଗରେ ପାଟଣାର ପାଟଳିପୁତ୍ର ବିଶ୍ବବିଦ୍ୟାଳୟ ବିଜେତା ଏବଂ କିଟ୍ ଉପବିଜେତା ହୋଇଛନ୍ତି।

ପୁରୁଷରେ ଲଭଲି ଓ ଭାରତୀ ପ୍ରଥମ ଦୁଇ ସ୍ଥାନରେ ରହିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ଓସିଏ ଉପସଭାପତି ପଙ୍କଜ ଲୋଚନ ମହାନ୍ତି, କିଟ୍‌ ପ୍ରତିଷ୍ଠାତା ସାଂସଦ ଅଚ୍ୟୁତ ସାମନ୍ତ, କ୍ରୀଡ଼ା ବିଭାଗ ମୁଖ୍ୟ ଗଗନେନ୍ଦୁ ଦାଶ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର