ଖଣ୍ଡଗିରି : ଗତ ୨୬ ତାରିଖ ରାତିରେ ୧୬ ନମ୍ବର ଜାତୀୟ ରାଜପଥ ଯାଁଳା ଗୋହିରା ଛକରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଅପରିଚିତ ଯୁବକଙ୍କ ସୋମବାର କଟକ ବଡ଼ ମେଡିକାଲରେ ମୃତ୍ୟୁ ହୋଇଯାଇଛି। ଯାଁଳା ଫାଣ୍ଡି ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଶବ ସଂରକ୍ଷଣ ଗୃହରେ ରଖିଛି। ସୂଚନାନୁସାରେ ଗତ ୨୬ ତାରିଖ ରାତି ପ୍ରାୟ ୧୧ଟାବେଳେ ଏହି ଦୁର୍ଘଟଣା ଘଟିଥିଲା। ଭୁବନେଶ୍ବରରୁ ଖୋର୍ଧା ଦିଗରେ ଯାଉଥିବା ଏକ ଟ୍ରକ୍ ଗୋହିରା ଛକରେ ଏକ ସ୍କୁଟିକୁ ପିଟି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା। ଫଳରେ ସ୍କୁଟି ଚାଳକ କଳିଙ୍ଗବିହାରର ସପ୍ତର୍ଷି ନନ୍ଦ(୨୭) ଗୁରୁତର ଆହତ ହୋଇଥିଲେ। ତେବେ ଏହି ସମୟରେ ରାସ୍ତା ପାର୍ ହେବା ପାଇଁ ଗୋହିରା କଟ୍ରେ ଅପେକ୍ଷା କରିଥିବା ଏହି ଯୁବକ ଜଣଙ୍କ ଦେହରେ ସ୍କୁଟି ପିଟି ହୋଇଯିବାରୁ ସେ ଗୁରୁତର ଭାବେ ଆହତ ହୋଇଥିଲେ। ସପ୍ତର୍ଷିଙ୍କୁ ଭୁବନେଶ୍ବର ଏମ୍ସରେ ଭର୍ତି କରାଯାଇଥିଲା ଓ ଏହି ଅପରିଚିତ ଯୁବକଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେହିଦିନଠାରୁ ତାଙ୍କ ପରିଚୟ ମିଳିପାରି ନଥିଲା।
ଦୁର୍ଘଟଣାରେ ଅପରିଚିତ ଯୁବକଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2018/10/fa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)