ଖଣ୍ଡଗିରି: ରବିବାର ଭୋର ପ୍ରାୟ ୫ଟା ସମୟରେ ୧୬ ନମ୍ବର ଜାତୀୟ ରାଜପଥ ଗଙ୍ଗପଡ଼ା ଛକରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖୋର୍ଧା ସଦର ଥାନା ପଟିମାଳ ଗାଁର କୃଷ୍ଣଚନ୍ଦ୍ର ବେହେରାଙ୍କ ପୁଅ ମନୋଜ(୪୯)। କୌଣସି ଅଜଣା ଗାଡ଼ି ଧକ୍କାରେ ମନୋଜଙ୍କ ମୃତ୍ୟୁ ଘଟିଥିବା ଜଟଣୀ ଥାନା ଯାଁଳା ଫାଣ୍ଡି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଭୋର୍ ପ୍ରାୟ ୫ଟା ସମୟରେ ଗଙ୍ଗପଡ଼ା ଛକରେ ଜଣେ ବାଇକ୍ ଆରୋହୀ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ନେଇ ସ୍ଥାନୀୟ ଲୋକେ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ। କିନ୍ତୁ ଡାକ୍ତରମାନେ ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ପରିଚୟ ଜଣାପଡ଼ିବା ପରେ ପୁଲିସ ମନୋଜଙ୍କ ପରିବାର ଲୋକେ ହସ୍ପିଟାଲରେ ପହଞ୍ଚି ଥିଲେ। ପୁଲିସ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ମନୋଜ କୌଣସି କାମରେ ତାଙ୍କ ହିରୋ ବାଇକ୍(ଓଆର୍୦୨ବିଏଚ୍-୩୦୬୩) ଯୋଗେ ଭୁବନେଶ୍ୱର ଯାଉଥିଲେ। ସେ ଗଙ୍ଗପଡ଼ା ଛକରେ ପହଞ୍ଚିଥିବାବେଳେ ପଛରୁ କୌଣସି ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ମନୋଜ ଗୁରୁତର ଆହତ ଅବସ୍ଥାରେ ରାଜପଥରେ ପଡ଼ିଥିବାବେଳେ ଦୁର୍ଘଟଣା ଘଟାଇଥିବା ଗାଡ଼ିଟି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।
ଅଜଣା ଗାଡ଼ି ଧକ୍କାରେ ବାଇକ୍ ଆରୋହୀ ମୃତ
/sambad/media/post_attachments/wp-content/uploads/2018/01/accident-1.jpg-f-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)