ଭୁବନେଶ୍ୱର ମାର୍କେଟ ବିଲଡିଂରେ ଅଜଣା ଦୁର୍ବୃତ୍ତଙ୍କ ଆତଙ୍କରାଜ: ଭାଙ୍ଗିଲେ ଦୋକାନ, ୨ ଗିରଫ

ଭୁବନେଶ୍ୱର: ଲୋକାରଣ୍ୟ ଥିଲା ବଜାର, ଅଚାନକ ହେଲା ଆକ୍ରମଣ | ଭୁବନେଶ୍ୱରର ମାର୍କେଟ ବିଲଡିଂରେ ଆଜି କିଛି ମୁଖାପିନ୍ଧା ଦୁର୍ବୃତ୍ତ ଅତର୍କିତ ଆକ୍ରମଣ କରିଛନ୍ତି | ଉଠା ଦୋକାନୀଙ୍କୁ ଦୁର୍ବୃତ୍ତ ଗୋଡାଇ ଗୋଡାଇ ପିଟିଛନ୍ତି । ଆଜି ସନ୍ଧ୍ୟାରେ କେହି କିଛି ବୁଝିବା ଆଗରୁ ହଠାତ ୨୦ରୁ୨୫ଜଣ ମୁଖାପିନ୍ଧା ଦୁର୍ବୃତ୍ତ ମାର୍କେଟ ବିଲଡିଂରେ ପହଞ୍ଚିଥିଲେ । ଗୋଟିଏ ମୁଣ୍ଡରୁ ଉଠାଦୋକାନୀଙ୍କ ଉପରେ ଆକ୍ରମଣ କରିଥିଲେ । ହାତରେ ମାରଣାସ୍ତ୍ର ଧରିଥିବା ଏହି ଦୁର୍ବୃତ୍ତମାନେ ଖାଦ୍ୟସାମଗ୍ରୀ ବିକ୍ରି କରୁଥିବା ଦୋକାନ ବଜାରରେ ବ୍ୟାପକ ଭଙ୍ଗାରୁଜା କରିଥିଲେ ।

କାହାକୁ ଚିନ୍ତା କରିବା ପାଇଁ ବି କିଛି ସମୟ ନ ଥିଲା । ମୁଖାପିନ୍ଧା ଦୁର୍ବୃତ୍ତମାନେ କିଛି ସମୟ ମଧ୍ୟରେ ଦୋକାନ ଭାଙ୍ଗି ଗୁଣ୍ଡ କରିବା ସହିତ ଦୋକାନୀଙ୍କ ଉପରେ ଜୋରଦାର ଆକ୍ରମଣ କରିଥିଲେ । ମିଳିଥିବା ସୂଚନା ଅନୁସାରେ, ଗତକାଲି ଜଣେ ଘଣ୍ଟା ଦୋକାନୀଙ୍କ ସହିତ କିଛି ଲୋକଙ୍କର ପାଟିତୁଣ୍ଡ ହୋଇଥିଲା । ମାତ୍ର  ପରେ ବିବାଦର ସମାଧାନ ହୋଇଯାଇଥିଲା । ତେଣୁ ସନ୍ଦେହ କରହଯାଉଛି କି ଗତକାଲିର ଗଣ୍ଡଗୋଳର ପ୍ରତିଶୋଧ ନେବାଲାଗି ଏଭଳି ଭିଆଯାଇଛି।

ଏହି ଘଟଣାରେ ପୁଲିସ ୨ଜଣଙ୍କୁ ଗିରଫ କରିଛି । ତେବେ ଏହି ଦୁର୍ବୃତ୍ତ ମାନେ କିଏ ଓ କ’ଣ ପାଇଁ ଆକ୍ରମଣ କଲେ ସେ ନେଇ ପୁଲିସ କିଛି ତଥ୍ୟ ଦେଇପାରିନି । ପୁଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛି ।

ସମ୍ବନ୍ଧିତ ଖବର