ଅଜଣା ବ୍ୟକ୍ତିଙ୍କ ମୃତଦେହ ଜବତ

ଭୁବନେଶ୍ୱର: ନୂଆପଲ୍ଲୀ ଥାନା ପୁଲିସ ଗୁରୁବାର ସକାଳେ ଆଇଡି ମାର୍କେଟ ନିକଟ ରାସ୍ତା କଡ଼ରୁ ଜଣେ ଅଜଣା ବ୍ୟକ୍ତିଙ୍କ ଶବ ଜବତ କରିଛି। ତାଙ୍କର କୌଣସି ପରିଚୟ ମିଳିପାରି ନାହିଁ। ସକାଳ ପ୍ରାୟ ସାଢ଼େ ୬ଟାରେ ବ୍ୟକ୍ତି ଜଣଙ୍କ ଆଇଡି ମାର୍କେଟ୍‌ ରାସ୍ତାକଡ଼ରେ ସଂଜ୍ଞାହୀନ ଅବସ୍ଥାରେ ପଡ଼ି ରହିଥିଲେ। ଏ ନେଇ ସ୍ଥାନୀୟ ଲୋକମାନେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ତାଙ୍କ ମୃତ୍ୟୁକୁ ନେଇ ପୁଲିସ ବିଭିନ୍ନ ସନ୍ଦେହ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର