ଭୁବନେଶ୍ବର: ସଡ଼କ ଓ ରେଳ ବ୍ୟବହାରକାରୀଙ୍କ ସୁରକ୍ଷା ବୃଦ୍ଧି ସହ ଧନଜୀବନ କ୍ଷତିକୁ ଏଡ଼ାଇବା ପାଇଁ ଗତ ଅକ୍ଟୋବର ପହିଲା ପୂର୍ବରୁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ସମସ୍ତ ଜଗୁଆଳି ବିହୀନ ରେଳବାଇ ଫାଟକକୁ ଉଚ୍ଛେଦ କରାଯାଇଛି। ରେଳ ମନ୍ତ୍ରାଳୟ ୨୦୨୦କୁ ପ୍ରଥମେ ସ୍ଥିର କରିଥିବା ବେଳେ ପରବର୍ତୀ ସମୟରେ ୨୦୧୮କୁ ଏହି ସମୟ ସୀମା ଧାର୍ଯ୍ୟ କରିଥିଲା। ସଡ଼କ-ରେଳ ସୁରକ୍ଷାକୁ ପ୍ରାଥମିକତା ଦେବା ସହ ଜଗୁଆଳିବିହୀନ ରେଳବାଇ ଫାଟକଠାରେ ଦୁର୍ଘଟଣାଜନିତ ଜୀବନହାନିକୁ ଏଡ଼ାଇବା ପାଇଁ ପୂର୍ବତଟ ରେଳପଥ ୨୦୧୮ରେ ୧୧୭ଟି ଜଗୁଆଳିବିହୀନ ରେଳବାଇ ଫାଟକକୁ ଉଚ୍ଛେଦ କରିଛି। ୨୦୧୪ ଏପ୍ରିଲ ୧ରୁ ପୂର୍ବତଟ ରେଳପଥ ୪୧୪ଟି ଜଗୁଆଳିବିହୀନ ରେଳବାଇ ଫାଟକକୁ ଉଚ୍ଛେଦ କରିଛି। ୨୦୧୪ ଏପ୍ରିଲ ୧ରୁ ୨୦୧୮ ମାର୍ଚ୍ଚ ୩୧ ମଧ୍ୟରେ ପୂର୍ବତଟ ରେଳପଥ ୨୯୭ଟି ଜଗୁଆଳିବିହୀନ ରେଳବାଇ ଫାଟକ ବନ୍ଦ କରିଥିଲା। ଏହି ସବୁ ଫାଟକଗୁଡ଼ିକୁ ବନ୍ଦ କରିବା ପାଇଁ ପୂର୍ବତଟ ରେଳପଥ ରୋଡ ଅଣ୍ଡର ବ୍ରିଜ ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ଉପମାର୍ଗ, ମାର୍ଗ ପରିବର୍ତନ ଓ ଜଗୁଆଳି ବନ୍ଦୋବସ୍ତ କରିଛି। ୨୦୧୪ ଅଗଷ୍ଟ ମାସଠାରୁ ପୂର୍ବତଟ ରେଳପଥ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଗେଟ ମିତ୍ର/ ଗେଟ ପରାମର୍ଶକାରୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଫଳରେ ସଡ଼କ ବ୍ୟବହାରକାରୀମାନେ ଟ୍ରେନ ଆସିବା ସମ୍ବନ୍ଧରେ ଅବଗତ ହୋଇପାରୁଛନ୍ତି।
ସମସ୍ତ ଜଗୁଆଳିବିହୀନ ରେଳଫାଟକ ବନ୍ଦ
/sambad/media/post_attachments/wp-content/uploads/2018/12/UNMANNED03.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)