କୁକୁର ସହ ଅପ୍ରାକୃତିକ ଯୌନକ୍ରିୟା, ସିକ୍ୟୁରିଟି ଗାର୍ଡ ଅଟକ

ଚନ୍ଦ୍ରଶେଖରପୁର: ଏକ ବୁଲା କୁକୁର ସହ ଅପ୍ରାକୃତିକ ଯୌନକ୍ରିୟା ଅଭିଯୋଗରେ ଆଜି ଇନ୍‌ଫୋସିଟି ଥାନା ପୁଲିସ୍ ଜଣେ ସିକ୍ୟୁରିଟି ଗାର୍ଡକୁ ଅଟକ ରଖିଛି। ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଆନିମଲ୍ ୱେଲଫେୟାର୍ ଟ୍ରଷ୍ଟ ଏକାମ୍ରର ଅଧ୍ୟକ୍ଷା ପୂରବୀ ପାତ୍ର। ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ଇନ୍‌ଫୋସିଟି ଥାନା ଅଧୀନରେ ଥିବା ଏକ ଆପାର୍ଟମେଣ୍ଟରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ଉକ୍ତ ସିକ୍ୟୁରିଟି ଗାର୍ଡ ଏକ ବୁଲା କୁକୁର ସହ ଅପ୍ରାକୃତିକ ଯୌନକ୍ରିୟା କରୁଥିବା ଦେଖି ଜଣେ ବ୍ୟକ୍ତି ଆନିମଲ୍ ୱେଲଫେୟାର ଟ୍ରଷ୍ଟକୁ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର