ଶିଶିର ସରସ ମେଳାରେ ଅସମ୍ଭାଳ ଭିଡ଼

୬ଟାରେ ବନ୍ଦ ହୋଇଗଲା ଫୁଡ୍‌କୋର୍ଟ,  ଅନ୍ଧାରରେ ପାର୍ସଲରେ ବିକ୍ରି କଲେ

ଭୁବନେଶ୍ବର : ଅସମ୍ଭାଳ ଭିଡ଼ ଦେଖି ଶୁକ୍ରବାର ସଂଧ୍ୟା ୬ଟାରୁ ଶିଶିର ସରସ ମେଳାରେ ଫୁଡ୍‌କୋର୍ଟକୁ ବନ୍ଦ କରି ଦିଆଯାଇଥିଲା। ଏହାସହ ବସି ଖାଇବା ପାଇଁ ଥିବା ବ୍ୟବସ୍ଥାକୁ ହଟାଇ ଦିଆଯାଇଥିଲା। ତେବେ ବହୁ ଖାଦ୍ୟ ବଳି ପଡ଼ିବାରୁ ଦୋକାନୀଙ୍କ ଅନୁରୋଧକ୍ରମେ କେବଳ ପାର୍ସଲରେ ଖାଦ୍ୟ ବିକ୍ରି କରାଯାଇଥିଲା। ଅଚାନକ ଫୁଡ୍ ଷ୍ଟଲ୍‌ଗୁଡ଼ିକର ଲାଇଟ୍‌ କାଟି ଦିଆଯିବାରୁ ଲୋକ ଜାଣିନପାରି ଫେରି ଯାଉଥିବାର ଦେଖିବାକୁ ମିଳିଥିଲା

ନୂଆବର୍ଷ ଭିଡ଼କୁ ଲକ୍ଷ୍ୟ କରି ଜାନୁଆରି ୧ ଏବଂ ୨ ତାରିଖ ଦିନ ପାଇଁ ଖାଦ୍ୟ ଷ୍ଟଲ୍ ବନ୍ଦ ରଖାଯାଇଛି। ଏହା ସତ୍ତ୍ବେ ଶୁକ୍ରବାର ଥିବାରୁ ଫୁଡ୍‌କୋର୍ଟ‌ରେ ବାରିପଦା ମୁଢ଼ିମାଂସର ଭଲ ବ୍ୟବସାୟ ହୋଇଛି। ମୟୂରଭଞ୍ଜରୁ ଆସିଥିବା ମୟୂର ପ୍ରଦ୍ୟୁଷ୍ ମହିଳା ଗ୍ରୁପ୍‌ଙ୍କ ସବୁ ଖାଦ୍ୟ ବିକ୍ରି ହୋଇଯାଇଥିଲା। ଗ୍ରୁପ୍‌ ସଦସ୍ୟା କଳ୍ପନା କବିଙ୍କ କହିବା କଥା, ଆଜି ୬୦ କେଜି ଖାସି ମାଂସ ତରକାରି ବିକ୍ରି ହୋଇଛି। ଏହି ମୁଢ଼ିମାଂସର ଦାମ ୧୨୦ ଟଙ୍କା ରହିଛି। ଆସିବା ଦିନଠାରୁ ମୁଢିମାଂସର ବେଶି ବିକ୍ରି ହେଉଛି। ସଂଧ୍ୟା ବେଳୁ ମୁଢ଼ି ମାଂସ ସରିଯାଇଥିଲା। ସେହିପରି ତ୍ରିଶକ୍ତି ମହିଳା ସ୍ବଂୟ ସହାୟକା ଗୋଷ୍ଠୀର ‘ମିଲେଟ୍ ଶକ୍ତି କାଫେ’ରେ ମଧ୍ୟ ଭଲ ବ୍ୟବସାୟ ହୋଇଛି। ତିଆରି କରାଯାଇଥିବା ସମସ୍ତ ଖାଦ୍ୟ ବିକ୍ରି ହୋଇଥିବା ନେଇ ସଂପାଦକ ଦେବଯାନୀ ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର