ଗଙ୍ଗପଡ଼ା ଛକରେ ଦୁର୍ବୃତ୍ତଙ୍କ ଆତଙ୍କ: ୨ ଅଟକ, ବନ୍ଧୁକ ଓ ୬ ରାଉଣ୍ଡ ଗୁଳି ଜବତ

ଭୁବନେଶ୍ୱର: ଇନ୍‌ଫୋଭ୍ୟାଲି ଥାନା ଅନ୍ତର୍ଗତ ଗଙ୍ଗପଡ଼ା ଛକଠାରେ ଥିବା ଏକ ସର୍ଭିସ୍ ଷ୍ଟେସନ୍‌ରେ ଦୁଇଜଣ ଯୁବକ ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି କରିଛନ୍ତି। ଇନ୍‌ଫୋଭ୍ୟାଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଦ୍ବୟଙ୍କୁ ଅଟକ ରଖିବା ସହ ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ୬ ରାଉଣ୍ଡ ଗୁଳି ଓ ଗୋଟିଏ କାର୍‌ ଜବତ କରିଛି। ମିଳିଥିବା ସୂଚନା ଅନୁସାରେ ଆଜି ରାତି ପ୍ରାୟ ୮ଟାରେ ଯୁବକଦ୍ବୟ ଗଙ୍ଗପଡ଼ା ଛକଠାରେ ଥିବା ଏକ ସର୍ଭିସ୍ ଷ୍ଟେସନରେ ଗାଡ଼ି ଧୋଇବାକୁ ଅଟକିଥିଲେ।

କିନ୍ତୁ ଆଗରୁ ଧାଡ଼ିରେ ଆଉ କିଛି ଗାଡ଼ି ଥିବାରୁ ସେମାନଙ୍କର ବିଳମ୍ବ ହୋଇଥିଲା। ଏଥିରେ ଯୁବକମାନେ ରାଗିଯାଇ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିଥିଲେ। କଥା ବଢ଼ିବାରୁ ଯୁବକଦ୍ବୟ ଏକ ବନ୍ଧୁକ ଦେଖାଇ ସେଠାରେ ଆତଙ୍କ ସୃଷ୍ଟି କରିଥିଲେ। ପାଟିତୁଣ୍ଡ ବଢ଼ିବାରୁ ସ୍ଥାନୀୟ ଲୋକମାନେ ଏକାଠି ହୋଇଥିଲେ। ଖବର ପାଇ ଇନଫୋଭ୍ୟାଲି ପୁଲିସ୍‌ ଯୁବକଦ୍ବୟଙ୍କୁ କାବୁ କରିଥିଲା।

ସମ୍ବନ୍ଧିତ ଖବର