ରାଜଧାନୀରୁ ୨୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜଧାନୀରୁ ୨୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛନ୍ତି। ଆଜିର ସଂକ୍ରମଣ ସଂଖ୍ୟାକୁ ଦେଖିଲେ ରାଜଧାନୀରେ କରୋନା ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଉଥିବା ଅନୁମାନ କରାଯାଉଛି।

ଆଜି ଚିହ୍ନଟ ହୋଇଥିବା ୨୭୧ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେନ୍ଦ୍ରରୁ ୬୮ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୦୩ ଜଣ ରହିଛନ୍ତି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରୁ ୨୮୩ଜଣ ସୁସ୍ଥ ହୋଇଥିବା ବେଳେ ଏଯାବତ ସୁସ୍ଥ ସଂଖ୍ୟା ୯୨୩୦୧ରେ ପହଞ୍ଚିଛି।

ସେହିପରି ଏଯାବତ ସଂକ୍ରମଣ ସଂଖ୍ୟା ୯୩୯୭୮ରେ ପହଞ୍ଚିଥିବା ବେଳେ ଏବେ ବି ୧୧୩୬ଟି ସକ୍ରିୟ କରୋନା ମାମଲା ରହିଛି। ତେବେ ରାଜଧାନୀରେ ଏଯାବତ ୫୨୦ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

 

ସମ୍ବନ୍ଧିତ ଖବର