ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ରାଜଧାନୀ ଭୁବନେଶ୍ବରରୁ ୧୬୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସ୍ଥାନୀୟ ଅଞ୍ଚଳରୁ ୧୩୧ଜଣ ରହିଥିବା ବେଳେ କ୍ବାରେଣ୍ଟାଇନରୁ ୩୨ଜଣ ରହିଛନ୍ତି। ଏଯାବତ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୯୭୯୧ ପହଞ୍ଚିଛି।
Update on newly detected #COVID19 cases in the last
24 hrs under the BMC area on 14th September
(till 9am). pic.twitter.com/v5T3TVcc3a— BMC (@bmcbbsr) September 14, 2021
ସେହିପରି ଗତ ୨୪ ଘଣ୍ଟା ମଧ୍ୟ ଭୁବନେଶ୍ବରରୁ ୧୪୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଏଯାବତ ସୁସ୍ଥଙ୍କ ସଂଖ୍ୟା ୧୦୫୨୬୫ରେ ପହଞ୍ଚିଛି। ସେହିପରି ଏହି ମହାମାରୀ କରୋନାରେ ୧୦୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସକ୍ରିୟ ମାମଲା ୩୪୯୪ଟି ରହିଛି।