ରାଜଧାନୀରେ କମୁଛି ସଂକ୍ରମଣ : ଗତ ୨୪ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୩୮୯ଜଣ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ଘଣ୍ଟା ମଧ୍ୟରେ ରାଜଧାନୀରୁ ୩୮୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ତେବେ ଆଜିର ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖିବାକୁ ଗଲେ ସଂକ୍ରମଣ ଧୀରେଧୀରେ କମୁଥିବା କୁହାଯାଉଛି।
ଆଜି ଚିହ୍ନଟ ହୋଇଥିବା ୩୮୯ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେନ୍ଦ୍ରରୁ ୫୧ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୩୮ଜଣ ଆକ୍ରାନ୍ତ ରହିଛନ୍ତି।

ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଏଯାବତ ଆକ୍ରାନ୍ତଙ୍କ ସଂଖ୍ୟା ୮୪୮୩୬ରେ ପହଞ୍ଚିଛି। ସେହିପରି କରୋନା ସକ୍ରିୟ ମାମଲା ୩୪୬୧ ରହିଛି।
ଗତ ୨୪ଘଣ୍ଟା ମଧ୍ୟରେ ରାଜଧାନୀରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସୁସ୍ଥ ସଂଖ୍ୟା ଅଧିକ ରହିଛି। ୯୮୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା ସଂଖ୍ୟାକୁ ମିଶାଇଲେ ଏଯାବତ ସୁସ୍ଥ ସଂଖ୍ୟା ୮୦୯୭୦୯ରେ ପହଞ୍ଚିଛି। ତେବେ କରୋନାରେ ୩୮୪ଜଣଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର