ଭୁବନେଶ୍ବର: ଗତ ୨୪ଘଣ୍ଟା ମଧ୍ୟରେ ରାଜଧାନୀରୁ ୯୨୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୧୩୭ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୭୮୮ଜଣ ଆକ୍ରାନ୍ତ ରହିଛନ୍ତି।
Update on newly detected #COVID19 cases in the last
24 hrs under the BMC area on 19th May (till 9am). pic.twitter.com/IETyAs2lSV— BMC (@bmcbbsr) May 19, 2021
ସେହିପରି ଆଜି ୮୫୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ନୂଆ କରୋନା ଆକ୍ରାନ୍ତଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୬୪୫୭୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ବି ଆହୁରି ୧୨୩୪୧ଟି କରୋନା ସକ୍ରିୟ ମାମଲା ରହିଛି। ତେବେ କରୋନାରେ ଆକ୍ରାନ୍ତ ହୋଇ ରାଜଧାନୀରେ ୩୦୧ଜଣଙ୍କ ମୃତ୍ୟୁ ହୋଇସାରିଲାଣି।