ରାଜଧାନୀରୁ ୪୯୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରୁ ୪୯୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୧୦ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ତେବେ ଆଜି ସୁସ୍ଥ ଅପେକ୍ଷା ଆକ୍ରାନ୍ତ ସଂଖ୍ୟା ଅଧିକ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଭୁବନେଶ୍ବରରେ ଏଯାବତ କରୋନା ମାମଲା ୮୮୧୪୫ରେ ପହଞ୍ଚିଛି।

ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୪୯୬ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୯ଜଣ କ୍ବାରେଣ୍ଟାଇନରୁ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୪୦୭ଜଣ ରହିଛନ୍ତି। ରାଜଧାନୀରେ ଏଯାବତ ୧୫୫୭ଟି ଆହୁରି କରୋନା ସକ୍ରିୟ ମାମଲା ଥିବା ବେଳେ ୮୬୧୪୭ଜଣ ଏଥିରୁ ସୁସ୍ଥ ହୋଇଛନ୍ତି। ଏତଦ ବ୍ୟତୀତ ୪୨୦ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି।

ସମ୍ବନ୍ଧିତ ଖବର