ରାଜଧାନୀରୁ ଚିହ୍ନଟ ହେଲେ ୩୨୩ଜଣ କ‌ରୋନା ଆକ୍ରାନ୍ତ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରୁ ୩୨୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୮୭ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ତେବେ ଆକ୍ରାନ୍ତଙ୍କ ଅପେକ୍ଷା ସୁସ୍ଥ ସଂଖ୍ୟା ଅଧିକ ରହିବା ଏକ ପ୍ରକାର ଆଶ୍ବସ୍ତିର ଖବର ବୋଲି କୁହାଯାଉଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଭୁବନେଶ୍ବରରେ ଏଯାବତ କରୋନା ମାମଲା ୮୯୧୮୫ରେ ପହଞ୍ଚିଛି।

 

ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୩୨୩ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ  ୮୦ଜଣ କ୍ବାରେଣ୍ଟାଇନରୁ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୪୩ଜଣ ରହିଛନ୍ତି। ରାଜଧାନୀରେ ଏଯାବତ ୧୪୧୫ଟି ଆହୁରି କରୋନା ସକ୍ରିୟ ମାମଲା ଥିବା ବେଳେ ୮୭୩୧୪ଜଣ ଏଥିରୁ ସୁସ୍ଥ ହୋଇଛନ୍ତି। ଏତଦ ବ୍ୟତୀତ ୪୩୫ଜଣ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି।

ସମ୍ବନ୍ଧିତ ଖବର