ରାଜଧାନୀରୁ ଧୀରେଧୀରେ ହ୍ରାସ ପାଉଛି ସଂକ୍ରମଣ: ଚିହ୍ନଟ ହେଲେ ୧୮୧ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରୁ ୧୮୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫୮ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ତେବେ ସଂକ୍ରମଣ ଧୀରେଧୀରେ ହ୍ରାସ ପାଇବା ଏକ ପ୍ରକାର ଆଶ୍ବସ୍ତିର ଖବର କୁହାଯାଇପାରେ। ଯାହା ରାଜଧାନୀବାସୀଙ୍କ ପାଇଁ ଖୁସିର କଥା।

ତେବେ ଚିହ୍ନଟ ହୋଇଥିବା ୧୮୧ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୬୫ଜଣ ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୧୬ଜଣ ରହିଛନ୍ତି। ତେବେ ଏଯାବତ ରାଜଧାନୀରେ କରୋନା ମାମଲା ୯୬୦୬୫ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୯୩୯୮୮।
ତେବେ ଏବେ ବି ୧୪୦୩ଟି କରୋନା ସକ୍ରିୟ ମାମଲା ରହିଥିବା ବେଳେ ଏହି ମହାମାରୀରେ ଆକ୍ରାନ୍ତ ହୋଇ ୬୫୩ଜଣଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର