ରାଜଧାନୀରୁ ଚିହ୍ନଟ ହେଲେ ୩୩୫ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜଧାନୀରୁ ୩୩୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୩୦ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି।

ଚିହ୍ନଟ ୩୩୫ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେନ୍ଦ୍ରରୁ ୮୯ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୪୬ଜଣ ରହିଛନ୍ତି। ଆଜି ଚିହ୍ନଟ ହୋଇଥିବା ନୂଆ କରୋନା ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀରୁ ଏଯାବତ ୧୦୧୨୦୮ ଟି କରୋନା ମାମଲା ସାମ୍ନକୁ ଆସିଛି।

 

ସେହିପରି ଏଯାବତ ୯୭୬୧୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଏବେ ବି ୨୭୧୧ଟି କରୋନା ସକ୍ରିୟ ମାମଲା ରହିଛି। ୮୬୬ଜଣଙ୍କ ଏଯାବତ କରୋନାରେ ମୃତ୍ୟୁ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି।

 

ସମ୍ବନ୍ଧିତ ଖବର