ରାଜଧାନୀରେ ଏଯାବତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩୬୨୨ରେ ପହଞ୍ଚିଲା

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ରାଜଧାନୀ ଭୁବନେଶ୍ବରରୁ ୩୦୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ତେବେ ଚିହ୍ନଟ କରୋନା ଆକ୍ରାନ୍ତଙ୍କୁ ମିଶାଇଲେ କ୍ବାରେଣ୍ଟାଇନରୁ ୬୬ଜଣ ରହିଥିବା ବେଳେ ୨୪୧ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ବରରୁ ୨୧୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥଙ୍କୁ ମିଶାଇଲେ ରାଜଧାନୀ‌ରେ ଏଯାବତ ସୁସ୍ଥ ସଂଖ୍ୟା ୯୯୫୮୪ରେ ପହଞ୍ଚିଛି। ଏତଦ ବ୍ୟତୀତ ଏଯାବତ ଭୁବନେଶ୍ବରରେ କରୋନା ମାମଲା ୧୦୩୬୨୨ରେ ପହଞ୍ଚିଛି। ସେହିପରି ୩୦୫୦ଟି କରୋନା ସକ୍ରିୟ ମାମଲା ଏଯାବତ ରହିଥିବା ‌ବେଳେ ୯୬୭ଜଣଙ୍କ ଏଥିରେ ମୃତ୍ୟୁ ହୋଇଥିବା ଭୁବନେଶ୍ବର ମହ‌ାନଗର ନିଗମ ଟୁଇଟ କରି ସୂଚନା ଦେଇଛି।

 

ସମ୍ବନ୍ଧିତ ଖବର