ରାଜଧାନୀରେ ଏଯାବତ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୫୬୯୪ରେ ପହଞ୍ଚିଛି

ଭୁବନେଶ୍ବର: ଗତ ୨୪ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ବରରୁ ୧୧୨୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୫୯ଜଣ କ୍ବାରେଣ୍ଟାଇନରୁ ଥିବା ବେଳେ ୯୬୧ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି।
ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜ୍ୟରେ ଏଯାବତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୫୬୯୪ରେ ପହଞ୍ଚିଥିବା‌ ବେଳେ ଏବେ ବି ଆହୁରି ୧୨୫୩୦ଟି ସକ୍ରିୟ ମାମଲା ରହିଛି। ଏହି କରୋନା ମହାମାରୀରେ ସଂକ୍ରମିତ ହୋଇ ୩୦୪ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ରହିଛି।

 

ସେହିପରି ଆଜି ୯୨୮ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜଧାନୀରେ ସୁସ୍ଥ ସଂଖ୍ୟା ୫୨୮୩୯ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର