ରାଜଧାନୀରୁ ଚିହ୍ନଟ ହେଲେ ୧୯୧ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ରାଜଧାନୀରୁ ୧୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଏମସି ପକ୍ଷରୁ ଟୁଇଟ କରି କୁହାଯାଇଛି, ଯାହାକି ଚିନ୍ତାର କାରଣ ପାଲଟିଛି।

ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୪୫ଜଣ ସଂକ୍ରମିତ ହୋଇଥିବା ବେଳେ ୧୪୬ଟି ସ୍ଥାନୀୟ ମାମଲା ରହିଛି। ସ୍ଥାନୀୟ ଅଞ୍ଚଳ ମଧ୍ୟରୁ ଖଣ୍ଡଗିରିରୁ ୧୪ଜଣ, ପଟିଆରୁ ୧୩ଜଣ, ପୁରୁଣା ଭୁବନେଶ୍ବରରୁ ୯ଜଣ, ରସୁଲଗଡ଼ରୁ ୮ଜଣ, ୟୁନିଟ-୩ରୁ ୭ଜଣ, ନୟାପଲ୍ଲୀରୁ ୬ଜଣ, ଝାରପଡ଼ାରୁ ୫ଜଣ, ଭିମଟାଙ୍ଗିରୁ ୪ଜଣ, ଗଜପତି ନଗରରୁ ୪ଜଣ,ଶୈଳଶ୍ରୀ ବିହାରରୁ ୪ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ଚିହ୍ନଟ ହୋଇଥିବା ନୂଆ ସଂକମ୍ରିତଙ୍କୁ ମିଶାଇଲେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୩୮୯୩କୁ ବୃଦ୍ଧିପାଇଛି। ଏଥିମଧ୍ୟରୁ ଏଯାବତ ୩୨୩୮୬ଜଣ କରୋନ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୨୫୦ଜଣଙ୍କ ମୃତ୍ୟୁ ହୋଇଛି। ଆହୁରି ୧୨୩୬ଟି ସକ୍ରିୟ ମାମଲା ରହିଛି।

ସମ୍ବନ୍ଧିତ ଖବର