୨୪ଘଣ୍ଟା ମଧ୍ୟରେ ରାଜଧାନୀରୁ ୨୩୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟ ରାଜଧାନୀରୁ ୨୪ଘଣ୍ଟା ମଧ୍ୟରେ ୨୩୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୬୧ଜଣ ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୭୪ଜଣ ରହିଛନ୍ତି।

ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀରୁ ଏଯାବତ ୧୦୪୨୯୫ଟି କରୋନା ମାମଲା ରହିଛି। ସେହିପରି ଏବେ ବି ୩୧୪୨ଟି କରୋନା ସକ୍ରିୟ ମାମଲା ରହିଥିବା ବେଳେ ୯୭୭ଜଣଙ୍କ ଏଥିରେ ମୃତ୍ୟୁ ହୋଇଛି।

 

ଗତ ୨୪ ଘଣ୍ଟା ମଧ୍ୟରେ ୧୮୮ଜଣ କରୋନା ଆକ୍ରାନ୍ତ ରାଜ୍ୟ ରାଜଧାନୀରୁ ସୁସ୍ଥ ହୋଇଥିବା ବେଳେ ଏଯାବତ ୧୦୦୧୫୫ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ହୋଇ ଘରକୁ ଫେରିଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି।

ସମ୍ବନ୍ଧିତ ଖବର