ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରୁ ୨୬୩ କରୋନା ଆକ୍ରାନ୍ତ ଚିହ୍ନଟ, ୧୮୭ଜଣ ସୁସ୍ଥ

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ରାଜଧାନୀରୁ ୨୬୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮୭ଜଣ ଏଥିରୁ ସୁସ୍ଥ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

 

ଚିହ୍ନଟ ୨୬୩ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୪୫ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୧୮ଜଣ ରହିଛନ୍ତି। ତେବେ ଚିହ୍ନଟ ହୋଇଥିବା ନୂଆ କରୋନା ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀରେ ଏଯାବତ କରୋନା ମାମଲା ୧୦୪୭୫୫ରେ ପହଞ୍ଚିଥିବା ବେଳେ ସକ୍ରିୟ ମାମଲା ୩୨୨୮ରେ ରହିଛି।
ଏଯାବତ କରୋନାରେ ରାଜଧାନୀରୁ ୧୦୦୫୨୭ଜଣ ସୁସ୍ଥ ହୋଇଥିବା ବେଳେ ୯୭୯ଜଣଙ୍କ ଏଥିରେ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର