ଭୁବନେଶ୍ବରରୁ ଚିହ୍ନଟ ହେଲେ ୧୭୦ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୭୦ଜଣ କରୋନା ଆକ୍ରାନ୍ତ ରାଜ୍ୟ ରାଜଧାନୀରୁ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧୮୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀରେ ଏଯାବତ ୧୦୫୮୫୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଏବେ ସୁଦ୍ଧା ୧୦୧୪୫୦ଜଣ କରୋନା ସୁସ୍ଥ ହୋଇଥିବା ବେଳେ ୩୩୯୦ଟି କରୋନା ସକ୍ରିୟ ମାମଲା ରହିଛି। ଏତଦ ବ୍ୟତୀତ ଏହି କରୋନା ମହାମାରୀରେ ୯୮୯ଜଣଙ୍କ ମୃତ୍ୟୁ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି।

 

ସମ୍ବନ୍ଧିତ ଖବର