ଭୁବନେଶ୍ବରରୁ ୨୧୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୨୧୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୩୪ ଜଣ ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୮୫ଜଣ ରହିଛନ୍ତି।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରୁ ୨୬୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଯାବତ ସୁସ୍ଥଙ୍କୁ ମିଶାଇଲେ ରାଜଧାନୀରୁ ୧୦୧୯୭୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ସେହିପରି ଏଯାବତ ୧୦୬୨୯୨ଜଣ କରୋନା ଆକ୍ରାନ୍ତ ରାଜଧାନୀରୁ ଆକ୍ରାନ୍ତ ହୋଇଥିବା ବେଳେ ୯୯୦ଜଣଙ୍କ ଏଥିରେ ମୃତ୍ୟୁ ହୋଇଛି। ଏବେ ବି ରାଜଧାନୀରେ ୩୩୦୮ଟି କରୋନା ସକ୍ରିୟ ମାମଲା ରହିଛି।

 

ସମ୍ବନ୍ଧିତ ଖବର