ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଗତ ୨୪ ଘଣ୍ଟା ମଧ୍ୟରେ ୫୪୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେନ୍ଦ୍ରରୁ ୧୦୦ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୪୪୭ଜଣ ରହିଛନ୍ତି।
ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜ୍ୟରେ ଏଯାବତ ଆକ୍ରାନ୍ତଙ୍କ ସଂଖ୍ୟା ୮୨୧୧୭ରେ ପହଞ୍ଚିଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରିଛି।
Update on newly detected #COVID19 cases in the last
24 hrs under the BMC area on 9th June (till 9am). pic.twitter.com/oSj8vrey0t— BMC (@bmcbbsr) June 9, 2021
ସେହିପରି ଏବେ ଆହୁରି ୬୬୨୮ଟି କରୋନା ସକ୍ରିୟ ମାମଲା ରହିଛି। ଏଯାବତ କରୋନାରୁ ୭୫୧୦୩ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଦୁଃଖର କଥା ଏହି କରୋନା ମହାମାରୀ ହେତୁ ୩୬୫ଜଣଙ୍କ ଏଥିରେ ମୃତ୍ୟୁ ହୋଇଛି।
ଅନ୍ୟପକ୍ଷରେ ଏକ ଆଶ୍ବସ୍ତିର ଖବର ସାମ୍ନାକୁ ଆସିଛି। ଗତ ୨୪ଘଣ୍ଟା ମଧ୍ୟରେ ୧୧୩୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରିଛି।