ଭୁବନେଶ୍ୱର: କରୋନା କଟକଣା କୋହଳ ହୋଇଥିଲେ ବି ଭୁବନେଶ୍ୱରରେ ଏବେ କରୋନା ମିଟର ସ୍ଥିର ରହିଛି । ପ୍ରତିଦିନ ୩୦୦ତଳକୁ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା ।
ଆଜି ଭୁବନେଶ୍ୱରରୁ ୧୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ଆଜି ଭୁବନେଶ୍ୱରରୁ ୨୬୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
୧୫୦ ଜଣଙ୍କ ମଧ୍ୟରୁ ସଂଗରୋଧରୁ ୪୦ ଓ ସ୍ଥାନୀୟ ଅଞ୍ଚଳରୁ ୧୧୦ ଜଣ ସଂକ୍ରମିତ ଅଛନ୍ତି । ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି ।
Update on newly detected #COVID19 cases in the last
24hrs under the BMC area on
31st October (till 9am). pic.twitter.com/KFAP6yRztJ— BMC (@bmcbbsr) October 31, 2021
କରୋନାର ୨ୟ ଲହର ଆସିବା ପରେ ଭୁବନେଶ୍ୱରରେ ଏଯାଏଁ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୩୬୬ରେ ପହଞ୍ଚଛି । ଏଥିରୁ ୧୧୪୫୧୬ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୦୫୫ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜଧାନୀର ବିଭିନ୍ନ କୋଭିଡ ହସ୍ପିଟାଲ ସମେତ ଘରୋଇ ସଂଗରୋଧରେ ୨୭୭୪ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ଏବେ ବି ଆମକୁ ସତର୍କ ରହିବା ସହିତ କରୋନା ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବାକୁ ହେବ।