ଭୁବନେଶ୍ବର: ଭୁବନେଶ୍ବରରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୧୯୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଚିହ୍ନଟ ହୋଇଥିବା ୧୧୯୬ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୧୯୪ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୦୦୨ଜଣ ରହିଛନ୍ତି।
Update on newly detected #COVID19 cases in the last
24 hrs under the BMC area on 11th May (till 9am). pic.twitter.com/4YjC3D7GCn— BMC (@bmcbbsr) May 11, 2021
ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୫୭୭୨ରେ ପହଞ୍ଚିଛି। ସେହିପରି ଏବେ ବି ରାଜଧାନୀରେ କରୋନା ସକ୍ରିୟ ମାମଲା ୧୦୬୮୯ଟି ରହିଛି। ଦୁଃଖର କଥା କରୋନାରେ ସଂକ୍ରମିତ ହୋଇ ଏଯାବତ ୨୮୪ଜଣଙ୍କ ମୃତ୍ୟୁ ହୋଇଛି।
ସେହିପରି ଆଜି ସୁସ୍ଥ ହୋଇଥିବା ୮୫୮ଙ୍କୁ ମିଶାଇଲେ ଏଯାବତ ୪୪୭୭୮ଜଣ କରୋନାରେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।