ଭୁବନେଶ୍ୱରରୁ ଆଜି ୧୧୦୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟର ରାଜଧାନୀ ଭୁବନେଶ୍ୱରରୁ ଆଜି ୧୧୦୯ଜଣ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଏଥିରେ ସଂଗରୋଧରୁ ୧୭୪ ଓ ସ୍ଥାନୀୟ ଅଂଚଳରୁ ୯୩୫ ଜଣ ସଂକ୍ରମିତ ଅଛନ୍ତି । ଭୁବନେଶ୍ୱରରୁ ଆଜି ୧୦୭୭ ଜଣ ଆକ୍ରନ୍ତ ସୁସ୍ଥ ହୋଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି ।

ବିଏମସିର ସୂଚନା ଅନୁସାରେ ଆଜି ନୟାପଲ୍ଲୀରୁ ସର୍ବାଧିକ ୪୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଲକ୍ଷ୍ମୀସାଗରରୁ ୩୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଚନ୍ଦ୍ରଶେଖରପୁରରୁ ୨୪ଜଣ, ଖଣ୍ଡଗିରିରୁ ୨୯ଜଣ, ଡୁମଡୁମାରୁ ୩୫ ଓ ମଞ୍ଚେଶ୍ବରରୁ ୨୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 

, କରୋନାର ୨ୟ ଲହର ଆସିବା ପରେ ଭୁବନେଶ୍ୱରରେ ଏଯାଏଁ ଆକ୍ରାନ୍ତଙ୍କ ସଂଖ୍ୟା ୫୮ ହଜାର ୧୭୫ରେ ପହଂଚିଛି । ଏଥିରୁ ୪୬ ହଜାର ୬୫୮ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨୮୭ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜଧାନୀର ବିଭିନ୍ନ କୋଭିଡ ହସ୍ପିଟାଲ ସମେତ ଘରୋଇ ସଂଗରୋଧରେ ୧୧ ହଜାର ୨୦୯ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି ।

ସମ୍ବନ୍ଧିତ ଖବର