ଭୁବନେଶ୍ବରରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୩୫୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଭୁବନେଶ୍ବରରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୩୫୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ତେବେ ଚିହ୍ନଟ ହୋଇଥିବା ୧୩୫୩ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୨୧୮ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୧୩୫ଜଣ ରହିଛନ୍ତି।

ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୧୬୩୪ରେ ପହଞ୍ଚିଛି। ସେହିପରି ଏବେ ବି ରାଜଧାନୀରେ କରୋନା ସକ୍ରିୟ ମାମଲା ୧୨୯୦୬ରହିଛି। ଦୁଃଖର କଥା କରୋନାରେ ସଂକ୍ରମିତ ହୋଇ ଏଯାବତ ୨୯୩ଜଣଙ୍କ ମୃତ୍ୟୁ ହୋଇଛି। ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ବାରମ୍ବାର ଲୋକମାନଙ୍କୁ ସଚେତନ କରିବା ସହିତ କରୋନା ନିୟମ କଡ଼ାକଡ଼ି ପାଳନ କରିବାକୁ ଅନୁରୋଧ କରିଛନ୍ତି। କାରଣ ନିଜର ସୁରକ୍ଷା ନିଜ ହାତରେ ହିଁ ରହିଛି।

 

ସେହିପରି ଆଜି ସୁସ୍ଥ ହୋଇଥିବା ୯୩୮ଙ୍କୁ ମିଶାଇଲେ ଏଯାବତ ୪୯୨୨୪ଜଣ କରୋନାରେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

 

ସମ୍ବନ୍ଧିତ ଖବର