ଭୁବନେଶ୍ବର: ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆର ପାଚେରି ସହ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ବିଡିଏ ଏହାର ଉନ୍ନତୀକରଣ କାର୍ଯ୍ୟ କରିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

Advertisment

ଗୁୁରୁବାର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂହ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଏହାର ସ୍ଥିତି ବୁଲି ଦେଖିଛନ୍ତି। ଏ ନେଇ ମନ୍ତ୍ରୀ କହିଛନ୍ତି, ଏହାର ଉନ୍ନତୀକରଣ ପାଇଁ ଦୀର୍ଘ ଦିନରୁ ଯୋଜନା ଥିଲା। ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ ସେ ପ୍ରାୟ କୋଟିଏ ଟଙ୍କା ମଞ୍ଜୁର କରିଥିଲେ। ବିଡିଏ ଏହି କାର୍ଯ୍ୟ କରିବା ପାଇଁ ଟେଣ୍ଡର ଡାକି ସାରିଛି। ଅନ୍ୟପଟେ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ମନ୍ତ୍ରୀ ଶ୍ରୀ ପଣ୍ଡା ଓ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।